ରେକର୍ଡ ଭାଙ୍ଗିଲା ଚାଲାଣ୍ ! ଦାମୀ ଗାଡି ଉପରେ ଲାଗିଲା ଜରିମାନା , କାର୍ ମାଲିକ ଗଣିଲେ ୧୦ ଲକ୍ଷ ଟଙ୍କା   

12,127

ନୂଆ ମଟରଯାନ ନିୟମ ଲାଗୁ ହେବା ପରେ ଜୋରଦାର ହେଉଛି ଟ୍ରାଫିକ ଚେକିଂ । ନିୟମ ଉଲ୍ଲଂଘନକାରୀଙ୍କୁ ଜରିମାନା ବାବଦକୁ ହଜାର ହଜାର ଟଙ୍କା ଗଣିବାକୁ ପଡୁଛି । ତେବେ ନୂଆ ନିୟମ ଆସିବାର କିଛି ମାସ ମଧ୍ୟରେ ଟ୍ରାଫିକ ପୋଲିସଙ୍କ ମନମାନିକୁ ନେଇ ଆସିଛି ବଡ ଅଭିଯୋଗ । ନିକଟରେ ଚଣ୍ଡୀଗଡ ପୋଲିସ ଜଣେ କାର ଚାଳକ ମାଲିକଙ୍କ ଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରିଥିବାର ସୂଚନା ମିଳିଛି ।  

ସୂଚନାନୁସାରେ, ଗୁଜରାଟର ଅହମ୍ମଦାବାଦରେ ଜଣେ କାର ଚାଳକ ନିୟମ ଉଲ୍ଲଂଘନ କରିଥିବାରୁ ତାଙ୍କ ନିକଟରୁ ୯ ଲକ୍ଷ ୮୦ ହଜାର ଟଙ୍କାର ଚାଲାଣ କଟାଯାଇଛି । ସେ ସିଟ ବେଲ୍ଟ ବାନ୍ଧି ନଥିଲେ କି ତାଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ ଓ ଗାଡିର କାଗଜପତ୍ର ନଥିଲା । କୁହାଯାଉଛି କି, ନୂଆ ମଟରଯାନ ଆକ୍ଟ ଲାଗୁ ହେବା ପରେ ଏହା ହେଉଛି ସବୁଠୁ ବଡ ଜରିମାନା । ଯେଉଁ ଗାଡିର ଚାଲାଣ କଟିଛି, ତାହା ହେଉଛି ପୋର୍ଶୋ କମ୍ପାନୀର ସବୁଠାରୁ ଦାମୀ ଗାଡି । ବଜାରରେ ଏହି ଗାଡିର ଦାମ୍ ପାଖାପାଖି ସାଢେ ଦୁଇ କୋଟି ଟଙ୍କା ହେବ । ଗୁଜରାଟ ପୋଲିସ ବିଗତ କିଛି ମାସରେ ଏପରି ୧୦ ଟି ଦାମୀ ଗାଡିର ଚାଲାଣ କାଟିଛି । 

 

ସେହିଭଳି ଅନ୍ୟ ପକ୍ଷରେ ପୋଲିସର ମନଇଚ୍ଛା ଜରିମାନା ଆଦାୟକୁ ନେଇ ସାଧାରଣତଃ ଟ୍ରକ ମାଲିକ ସଂଘ ଖୁବ୍ ଅସନ୍ତୋଷ ପ୍ରକାଶ କରିଛନ୍ତି । ନୂଆ ମଟର ଯାନ ଆଇନ ବିରୁଦ୍ଧରେ ଟ୍ରକ ମାଲିକ ସଂଘ ଦେଶବ୍ୟାପି ଆନ୍ଦୋଳନ ମଧ୍ୟ ଆରମ୍ଭ କରିସାରିଲେଣି । ସଂଘର କହିବା ମୁତାବକ, ଯେବେଠାରୁ ନୂଆ ଆଇନ ଲାଗୁ ହୋଇଛିା ସେବେଠାରୁ ଦିଲ୍ଲୀ ନୁହେଁ ବରଂ ଦେଶବ୍ୟାପି ଟ୍ରାଫିକ ପୋଲିସ ମନଇଚ୍ଛା ଜରିମାନା ଆଦାୟ କରିବାରେ ଲାଗିଛି । ଯାହା ଫଳରେ ଟ୍ରକ ବ୍ୟାପାର ବନ୍ଦ ହେବା ପରିସ୍ଥିତି ସୃଷ୍ଟି ହୋଇପଡିଛି ।