କନକ ବ୍ୟୁରୋ: ଆଉ କିଛି ସମୟ ପରେ ଶପଥ ନେବେ ନବୀନଙ୍କ ନୂଆ ଟିମ୍ । ଲୋକସେବା ଭବନର କନଭେସନ ହଲରେ ପହଞ୍ଚୁଛନ୍ତି ମନ୍ତ୍ରୀ ଭାବେ ଶପଥ ନେବାକୁ ଥିବା ବିଧାୟକ । ଜଣେ ପରେ ଜଣେ ପହଞ୍ଚୁଛନ୍ତି । ଦିନ ୧୧ଟା ୪୫ରେ ଶପତ ଗ୍ରହଣ ଉତ୍ସବ ।
ତେବେ ୧୩ କ୍ୟାବିନେଟ୍ ମନ୍ତ୍ରୀ ଓ ୮ ରାଷ୍ଟ୍ରମନ୍ତ୍ରୀ ଶପଥ ନେବେ । ୨୧ ଜଣିଆ ମନ୍ତ୍ରୀ ମଣ୍ଡଳରେ ସାମିଲ ହେବାକୁ ଥିବା ମନ୍ତ୍ରୀମାନେ କନଭେସନ ହଲରେ ପହଞ୍ଚୁଛନ୍ତି । ପ୍ରଥମେ ପ୍ରଫୁଲ୍ଲ ମଲ୍ଲିକ, ଉଷା ଦେବୀ, ସମୀର ଦାସ, ରାଜା ସ୍ୱାଇଁ ପହଞ୍ଚିଛନ୍ତି । ଟୁକୁନି ସାହୁ, ରୋହିତ ପୂଜାରୀ, ଅତନୁ ସବ୍ୟସାଚ୍ଚୀ ନାୟକଙ୍କ ସମେତ ଅନ୍ୟମାନେ ପହଞ୍ଚିବା ଆରମ୍ଭ କଲେଣି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/06/7-6.jpg)