ସୁନା ଚୋରିର ନୂଆ ତରିକା । ଗୁଣ୍ଡ ସୁନାକୁ ପେଷ୍ଟ କରି ପ୍ଲାଷ୍ଟିକ କ୍ୟାପସୁଲରେ ମାସ୍କଟରେ ଆଣୁଥିଲେ ଗ୍ରାହକ । ହାଇଦ୍ରାବାଦ ବିମାନ ବନ୍ଦରରେ ଧରିପଡିଲେ

Advertisment
ସୁନା ଚୋରିର ନୂଆ ତରିକା । ଗୁଣ୍ଡ ସୁନାକୁ ପେଷ୍ଟ କରି ପ୍ଲାଷ୍ଟିକ କ୍ୟାପସୁଲରେ ମାସ୍କଟରେ ଆଣୁଥିଲେ ଗ୍ରାହକ । ହାଇଦ୍ରାବାଦ ବିମାନ ବନ୍ଦରରେ ଧରିପଡିଲେ

କନକ ବ୍ୟୁରୋ: ସୁନା ଚୋରିର ନୂଆ ଉପାୟ । ଗୁଣ୍ଡ ସୁନାକୁ ପେଷ୍ଟ କରି ପ୍ଲାଷ୍ଟିକ୍ କ୍ୟାପସୁଲ୍ରେ ହେଉଥିଲା ଚୋରା ଚାଲାଣ । ମାସ୍କଟରୁ ବିମାନ ଯୋଗେ ଆଣୁଥିଲେ ଗ୍ରାହକ । ହାଇଦ୍ରାବାଦ ବିମାନ ବନ୍ଦରରେ ଧରିଲା କଷ୍ଟମ ବିଭାଗ । ୬୮୫ ଗ୍ରାମର ସୁନା ପେଷ୍ଟ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୪୨ ଲକ୍ଷ ୭୮ହଜାର ୭୬୮ ଟଙ୍କା ହେବ । ବିମାନ ବନ୍ଦରରୁ କଷ୍ଟମ ବିଭାଗ ପକ୍ଷରୁ ଗ୍ରାହକଙ୍କଠାରୁ ଅନେକ ସମୟରେ ବେଆଇନ ଭାବେ ଅଣାଯାଉଥିବା ସୁନା ଜବତ କରାଯାଉଛି । ହେଲେ ପ୍ରଥମ ଥର ପାଇଁ ସୁନା ପେଷ୍ଟକୁ ଜବତ କରିଛି କଷ୍ଟମ ବିଭାଗ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe