ମଞ୍ଜରୀରେ ଆଜିଠୁ ନୂଆ ମେଗା ଧାରାବାହିକ ‘ବୋହୂ ଆମର ଏନ୍. ଆର. ଆଇ’ : ନୂଆ କାହାଣୀ ଓ ଦମଦାର ଷ୍ଟାରକାଷ୍ଟ ଭିତରେ ଆରମ୍ଭ ହେଉଛି ସିରିଏଲ

148

କନକ ବ୍ୟୁରୋ : ଜୁନ ୨୯ ତାରିଖରୁ ପ୍ରଥମ ଓଡିଆ ଫ୍ରି-ଟୁ-ଏୟାର ମନୋରଂଜନ ଚ୍ୟାନେଲ ମଞ୍ଜରୀରେ ପ୍ରସାରିତ ହେଉଛି ନୂଆ ଧାରାବାହିକ ‘ବୋହୁ ଆମର ଏନ. ଆର. ଆଇ’ । ପିଲାଟି ଦିନରୁ ବିଦେଶରେ ବଢିଥିବା ଓଡିଆ ଝିଅଟିଏ ଫେସବୁକ ଜରିଆରେ ଭଲ ପାଇ ବସେ ଗୋଟିଏ ଓଡିଆ ପୁଅକୁ । ସେ ଓଡିଶାରେ ପହଂଚି ଚମକାଇ ଦେବ ତାର ସ୍ୱପ୍ନ ନାୟକକୁ । ହେଲେ ଯେତେବେଳେ ସେ ଏଠି ପହଂଚେ ତାକୁ ଚମକାଇଦିଏ ନିଷ୍ଠୁର ବାସ୍ତବତା । ସେ ଯେମିତି ଯାହା ସବୁ ଭାବି ଓଡିଶା ଆସିଥିଲା , ଦେଖେ ସବୁ ଏଠି ଓଲଟାପାଲଟ ହୋଇଯାଇଛି । ତାର ସ୍ୱପ୍ନ ଭାଙ୍ଗିଯାଏ । ତାପରେ କେମିତି ସିଏ ସଜାଡି ନିଏ ତାର ଜୀବନକୁ ଏହାକୁ ନେଇ କାହାଣୀଟି ଗତିଶୀଳ ହୁଏ ।

ପ୍ରଥମ ଓଡିଆ ଫ୍ରି-ଟୁ-ଏୟାର ମନୋରଂଜନ ଚ୍ୟାନେଲ ମଞ୍ଜରୀରେ ସନ୍ଧ୍ୟା ୭ଟା୩୦ରେ ପ୍ରତି ସୋମବାରରୁ ଶୁକ୍ରବାର ପ୍ରସାରିତ ହେବାକୁ ଥିବା ଏହି ଧାରାବାହିକର ବିଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ ଇପସିତା, ସୁଜିତ, ଅଶ୍ରୁମୋଚନ, ଜୟ, ମୁନୁନ, ତୃପ୍ତି ସିହ୍ନା, ବିଜିତ, କୁଇନ ଏବଂ ଅନ୍ୟମାନଙ୍କୁ । ଏହି ଧାରାବାହିକଟିକୁ ମଞ୍ଜରୀ ପାଇଁ ପ୍ରସ୍ତୁତ କରୁଛନ୍ତି ସାଇଶ୍ରଦ୍ଧା ଟେଲି ପ୍ରଜକ୍ସନ । ମଞ୍ଜରୀ ଏବେ ଓଡିଶାର ସମସ୍ତ କେବୁଲ ନେଟୱର୍କ ତଥା ଏୟାରଟେଲ, ଡିସ ଟିଭି, ଟାଟାସ୍କାଏ, ଡିଟୁଏଚ, ସନ ଡାଇରେକ୍ଟ ଭଳି ପ୍ଲାଟଫର୍ମରେ ଉପଲବ୍ଧ ରହିଛି । ଧାରାବାହିକ ମୋ ଦେହେ ବୋଳିଦେ ତୋ ଦେହ କଳା ପରି ଏଇ ନୂଆ ଧାରାବାହିକ ମଧ୍ୟ ଦର୍ଶକମାନଙ୍କ ଦ୍ୱାରା ଆଦୃତ ହେବ ବୋଲି ମଞ୍ଜରୀ ପକ୍ଷରୁ ଆଶା ରଖାଯାଇଛି ।