କନକ ବ୍ୟୁରୋ: ଆସନ୍ତା ବର୍ଷରୁ ନୂଆ ଅବକାରୀ ନୀତି ଆଣିବାକୁ ଯୋଜନା କରିଛନ୍ତି ନୂଆ ସରକାର। ଯାହା ଜଣାପଡୁଛି, ରାଜ୍ୟରେ ନିଶାମୁକ୍ତି ଅଭିଯାନ ପାଇଁ ପାଦେ ଆଗକୁ ବଢ଼ିପାରନ୍ତି ମୋହନ ସରକାର। ସେହି କ୍ରମରେ ଆଉ ନୂଆ ମଦ ଦୋକାନ ଖୋଲିବ ନାହିଁ ବୋଲି ସଙ୍କେତ ଦେଇଛନ୍ତି ଅବକାରୀ ମନ୍ତ୍ରୀ।
ଦୀର୍ଘଦିନ ହେବ ନିଶାମୁକ୍ତ ଓଡ଼ିଶା ପାଇଁ ଦାବି ଉଠୁଥିଲା। ଏବେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ବୟାନ ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ପଥ ଉନ୍ମୁକ୍ତ କରିଛି। ଏହାଛଡା ଦିନକୁ ଦିନ ରାଜ୍ୟରେ ଚୋରାମଦ କାରବାର ବଢୁଥିବା ବେଳେ ଏହାକୁ ରୋକିବାକୁ ସରକାରଙ୍କ କଡା ଆଭିମୁଖ୍ୟ ଚୋରା ବେପାରୀଙ୍କ ଭିତରେ ଛନକା ଭରିଛି। ରାଜ୍ୟରେ ଚୋରାମଦ କାରାବାରରେ ପୂର୍ଣ୍ଣଚ୍ଛେଦ ଟାଣିବାକୁ ସରକାର ନୂଆ ଅବକାରୀ ନୀତି ଆଣିବାକୁ ଯାଉଛନ୍ତି।
ଆସନ୍ତାବର୍ଷରୁ ନୂଆ ଅବକାରୀ ନୀତି ଆଣିବାକୁ ଯାଉଛନ୍ତି ରାଜ୍ୟ ସରକାର। ଯେଉଁଥିରେ ବ୍ୟାପକ ପରିବର୍ତ୍ତନ କରିପାରନ୍ତି ମୋହନ ସରକାର।
- ନୂଆ ଅବକାରୀ ନୀତିରେ କଠୋର ନୀତି ଆପଣାଇପାରନ୍ତି ସରକାର
- ବନ୍ଦ ହେବ ଚୋରା ମଦ ବିକ୍ରି
- କୋଚିଆ ମଦ ବିକ୍ରି ଉପରେ ଲାଗିପାରେ ରୋକ !
- ପର୍ୟ୍ୟାୟକ୍ରମେ ମଦ ଦୋକାନ ହ୍ରାସ ପାଇଁ ହୋଇପାରେ ନିଷ୍ପତ୍ତି
- ଲଟେରୀ ମାଧ୍ୟମରେ ଲାଇସେନ୍ସ ପାଇବା ଦିଗରେ ହୋଇପାରେ ପରିବର୍ତ୍ତନ
- ଗ୍ରାମାଞ୍ଚଳରେ ଅବାଧ ମଦ କାରବାରକୁ ହ୍ରାସ କରିବା ପାଇଁ ଆସିପାରେ କଡା ନିୟମ
ପୂର୍ବରୁ ଗୁଜୁରାଟ, ବିହାର ଭଳି ବିଜେପି ଶାସିତ ରାଜ୍ୟରେ ମଦ କାରବାରକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ନୂଆ ଅବକାରୀ ନୀତି ଆଣି ଓଡ଼ିଶାରେ ମଧ୍ୟ ମୋହନ ସରକାର ସେ ଦିଗରେ କାର୍ୟ୍ୟ କରିବେ କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/08/21-5.jpg)