ନେତା, ଅଫିସର୍‌ଙ୍କୁ ସୁରକ୍ଷା ଦେବାକୁ ନୂଆ ଆଇନ : ରାଜସ୍ଥାନ ସରକାରଙ୍କ ବିବାଦୀୟ ଅଧ୍ୟାଦେଶ

Advertisment
ନେତା, ଅଫିସର୍‌ଙ୍କୁ ସୁରକ୍ଷା ଦେବାକୁ ନୂଆ ଆଇନ : ରାଜସ୍ଥାନ ସରକାରଙ୍କ ବିବାଦୀୟ ଅଧ୍ୟାଦେଶ

source-http://sambad.in/india-and-beyond

କନକ ବ୍ୟୁରୋ :  ରାଜସ୍ଥାନ ସରକାର ବିଧାୟକ, ସାଂସଦ, ସରକାରୀ ଅଧିକାରୀ ଏବଂ ବିଚାରପତିମାନଙ୍କୁ ସେମାନଙ୍କ ବିରୋଧରେ ଆସୁଥିବା ଅଭିଯୋଗ ମାମଲାରେ ସୁରକ୍ଷା ଦେବାକୁ ବିବାଦୀୟ ଆଇନ ଆଣିଛନ୍ତି । ସୋମବାରଠାରୁ ଆରମ୍ଭ ହେଉଥିବା ବିଧାନସଭା ଅଧିବେଶନରେ ଏହା ଆଗତ ହେବାକୁ ଥିବା ବେଳେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଅଧ୍ୟାଦେଶ ମଧ୍ୟ ଗୃହୀତ ହୋଇଯାଇଛି । ସିଆରପିସିରେ ସଂଶୋଧନ ଆଣି ଏଭଳି ଆଇନ କାର୍ଯ୍ୟକାରୀ କରାଗଲେ ସରକାରଙ୍କ ବିନା ଅନୁମୋଦନରେ ନେତା ଓ ବାବୁମାନଙ୍କ ବିରୋଧରେ କୌଣସି ମାମଲା ଦାଏର ହୋଇପାରିବ ନାହିଁ। ପୂର୍ବ ଭଳି ଆଉ ଏଫ୍‌ଆଇଆର୍‌ ରୁଜୁ ହୋଇପାରିବ ନାହିଁ ଏବଂ ଗଣମାଧ୍ୟମ ମଧ୍ୟ ଏ ସଂକ୍ରାନ୍ତ ରିପୋର୍ଟ ଛାପିବାକୁ ସକ୍ଷମ ହେବନାହିଁ।

ଏହି ନୂତନ ଆଇନ ଅନୁଯାୟୀ କୌଣସି ବିଚାରପତି କିମ୍ବା ସରକାରୀ ଅଫିସର ଡ୍ୟୁଟି ସମୟରେ କରିଥିବା କୌଣସି କାର୍ଯ୍ୟ ବିରୋଧରେ ସିଧାସଳଖ ଏଫ୍‌ଆଇଆର୍‌ ରୁଜୁ ହୋଇପାରିବ ନାହିଁ କିମ୍ବା ଅଭିଯୋଗକାରୀ ଏହା ବିରୋଧରେ କୋର୍ଟ ମାଧ୍ୟମରେ ମଧ୍ୟ ଏଫ୍‌ଆଇଆର୍‌ ଦାଖଲ କରିପାରିବେ ନାହିଁ। ଏଭଳି ମାମଲାରେ ଏଫ୍‌ଆଇଆର୍‌ ଦାଖଲ କେବଳ ସରକାରଙ୍କ ଅନୁମୋଦନ ପରେ ହିଁ ହୋଇପାରିବ। ଯଦି ସରକାର କୌଣସି ମାମଲାରେ ଅନୁମୋଦନ ଦେବେନାହିଁ ତା’ହେଲେ ୧୮୦ ଦିନ ପରେ କୌଣସି ସରକାରୀ ଅଧିକାରୀଙ୍କ ବିରୋଧରେ କୋର୍ଟ ମାଧ୍ୟମରେ ଏଫ୍‌ଆଇଆର୍‌ ଦାଖଲ କରାଯାଇ ପାରିବ। ସେ ପର୍ଯ୍ୟନ୍ତ ଯାହାଙ୍କ ବିରୋଧରେ ଅଭିଯୋଗ ଆସିଥିବ ତାଙ୍କ ସଂପର୍କରେ ଗଣମାଧ୍ୟମ ରିପୋର୍ଟ ପ୍ରକାଶ କରିପାରିବ ନାହିଁ। ସରକାର ମାମଲା ଚଳାଇବା ପାଇଁ ଅନୁମତି ଦେବା ପୂର୍ବରୁ କୌଣସି ସରକାରୀ ଅଧିକାରୀଙ୍କ ସଂପର୍କରେ ଗଣମାଧ୍ୟମରେ ଖବର ପରିବେଷଣ କରାଗଲେ ୨ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡାଦେଶ ବ୍ୟବସ୍ଥା ମଧ୍ୟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe