ପାର୍ବଣ ଋତୁରେ ଜମିବ କାର୍ ବଜାର ! ମାର୍କେଟକୁ ଆସିବ ନୂଆ ମଡେଲର କାର୍, ଜିପ୍ କମ୍ପାସ୍, ହ୍ୟୁଣ୍ଡାଇ ଓ ଫୋର୍ଡ ସହ ଡାଟସନ୍ ଲଂଚ କରିବ ଲେଟେଷ୍ଟ ଏଡିସନ୍ କାର୍ ।

171

କନକ ବ୍ୟୁରୋ : ଆଗକୁ ଆସୁଛି ଫେଷ୍ଟିଭ୍ ସିଜିନ୍ । ଏହି ସମୟରେ ଘର ପାଇଁ ଏବଂ ନିଜ ପାଇଁ ନୂଆ ଉତ୍ପାଦ କିଣିଥାନ୍ତି ଗ୍ରାହକ । ଏସବୁକୁ ନଜରରେ ରଖି ବିଭିନ୍ନ କମ୍ପାନୀ ନିଜ ନିଜ ଉତ୍ପାଦ ଲଂଚ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ଏଇ ମୈାକାରେ କାର୍ ନିର୍ମାଣକାରୀ କମ୍ପାନୀଗୁଡିକ ମଧ୍ୟ ବଜାରରେ ନୂଆ ନୂଆ କାର୍ ଲଂଚ କରିବା ପାଇଁ ପ୍ରସ୍ତୁତ ହେଲେଣି । ଜାଣନ୍ତୁ ଏହି ଫେଷ୍ଟିଭ୍ ସିଜିନ୍ ଅର୍ଥାତ୍ ପୂଜା ବଜାରରେ କେଉଁ ସବୁ କାର୍ ମାର୍କେଟରେ ନୂଆ ଆସିବାକୁ ଯାଉଛି ।

ପ୍ରତିବର୍ଷ ପୂଜା ବଜାରରେ ଅଟୋ ମୋବାଇଲ କମ୍ପାନୀଗୁଡିକ ଲଂଚ କରନ୍ତି ନୂଆ କାର୍ । ଗ୍ରାହକଙ୍କ ଡିମାଣ୍ଡ, କାରଗୁଡିକର ଅପଡେଟେଡ୍ ଭର୍ସନ୍ ସହ ଅଫର୍, ଏସବୁ ସହ ବଜାରରେ ଲଂଚ ହୁଏ ନୂଆ କାର୍ । ଚଳିତ ବର୍ଷ ଏହି ପୂଜା ବଜାରରେ କେଉଁ ସବୁ କାର୍ ବଜାରରେ ଲଂଚ ହେବ ଆସନ୍ତୁ ଦେଖିବା ।

୧-ହ୍ୟୁଣ୍ଡାଇ :

ହ୍ୟୁଣ୍ଡାଇ ଏହାର ସେଂଟ୍ରୋ କାରର ଏକ ନୂଆ ମଡେଲରେ ବଜାରରେ ଲଂଚ କରିବ । ଏବଂ ଆସନ୍ତା ଅକ୍ଟୋବର ମାସ ୨୩ ତାରିଖରେ କମ୍ପାନୀ ଏହି କାର୍ ଲଂଚ କରିବା ନେଇ କୁହାଯାଉଛି । ଏହି କାରରେ ମଧ୍ୟ କିଛି ନୂଆ ଫିଚର ଥିବା ଶୁଣାଯାଉଥିବା ବେଳେ କମ୍ପାନୀ ସ୍ପଷ୍ଟ କରିଛି ଯେ ସେଂଟ୍ରୋର ଏହି ମଡେଲରେ ପ୍ରଥମଥର ପାଇଁ ଏଏମଟି ଗିଅରବକ୍ସ ରହିବ । ତେବେ ଏହି କାରର ଦାମ୍ ସାଢେ ୩ ଲକ୍ଷରୁ ସାଢେ ୫ ଲକ୍ଷ ଭିତରେ ହେବା କୁହାଯାଉଛି ।

୨-ଡାଟସନ୍ :

ଆସନ୍ତା ଅକ୍ଟୋବର ମାସରେ ବଜାରକୁ ଆସିପାରେ ଡାଟସନ୍ ଗୋ’ର ଅପଡେଟ୍ ମଡେଲ । ପୁରୁଣା ମଡେଲ ପରିବର୍ତେ ଗ୍ରାହକଙ୍କୁ ଏଥିରେ ନୂଆ ବମ୍ପର ଓ କସ୍ମେଟିକ୍ ଅପଡେଟ୍ ମିଳିବ । ଏହାର ଟପ୍ ମଡେଲରେ ଆଲଏ ହ୍ୱିଲ୍, ଟଚ୍ ସ୍କ୍ରିନ୍ ଇନଫୋଟେନମେଂଟ ସିଷ୍ଟମର ବ୍ୟବସ୍ଥା ରହିବ । ଏଥିରେ ୧.୨ ଲିଟର ୩-ସିଲିଣ୍ଡର ପେଟ୍ରୋଲ ଇଞ୍ଜିନ୍ ରହିବ । ଡାଟସନ୍ ଗୋର ଏହି ଅପଡେଟେଡ୍ ମଡେଲରେ ୫-ସ୍ପିଡ୍ ମାନଆଲ ଟ୍ରାନ୍ସମିଶନ୍ ରହିବ । ଏହା କାରର ଦାମ୍ ୩ ଲକ୍ଷରୁ ୫ ଲକ୍ଷ ମଧ୍ୟରେ ରହିବ ବୋଲି ଆଶା କରାଯାଉଛି ।

୩-ଫୋର୍ଡ :

ଆସନ୍ତା ମାସରେ ଫୋର୍ଡ ଆସ୍ପାୟାର ସବ୍ କମ୍ପାକ୍ଟ ସେଡାନର ଫେସଲିଫ୍ଟ ଭର୍ସନ୍ ଲଂଚ ହେବାକୁ ଯାଉଛି । ଅକ୍ଟୋବର ୪ତାରିଖରେ ଏହି କାର୍ ଲଂଚ ହେବା ନେଇ କୁହାଯାଉଛି । ଷ୍ଟାଇଲିସ୍ ଲୁକ୍ ସହ ଅପଡେଟେଡ୍ ଫିଚର ରହିବ ଏହି ସେଡାନରେ । ଏଥିସହିତ ୧.୨ଲିଟର ୩ ସିଲିଣ୍ଡର ପେଟ୍ରୋଲ୍ ଇଞ୍ଜିନ୍ ରହିପାରେ । ଏଥିସହିତ ୧.୫ ଲିଟର ୪ ସିଲିଣ୍ଡର ଡିଜେଲ ଇଞ୍ଜିନର ଅସ୍ପନ୍ ମଧ୍ୟ ମିଳିପାରେ ଗ୍ରାହକଙ୍କୁ । ନୂଆ ଆସ୍ପାୟାରର ମୂଲ୍ୟ ପାଖାପାଖି ୬ଲକ୍ଷ ହେବା କୁହାଯାଉଛି ।

୪-ଜିପ୍ କମ୍ପାସ୍ :

ଜିପ୍ କମ୍ପାସର ଲିମିଟେଡ୍ ପ୍ଲ୍ସ୍ ଭାରିଆଂଟ ଅକ୍ଟୋବର ୧୯ ତାରିଖରେ ଲଂଚ ହେବା ନେଇ ଆଶା କରାଯାଉଛି । ଏହି ନୂଆ ଭାରିଆଂଟରେ ୮.୪ ଇଂଚ ଟଚ୍ ସ୍କ୍ରିନ୍ ଇନଫୋଟେନମେଂଟ ସିଷ୍ଟମ୍, ୧୮ଇଂଚ ଆଲଏ ହ୍ୱିଲ୍ , ପାୱାର ଆଡଜଷ୍ଟେବଲ୍ ଡ୍ରାଇଭର୍, ପାସେଞ୍ଜର ସିଟ୍ ରହିବ । ଏହି କାର ୨ଲିଟର ଡିଜେଲ ଇଞ୍ଜିନ୍ ଓ ୬ସ୍ପିଡ୍ ମାନୁଆଲ୍ ଗିଅର ବକ୍ସ ସହ ବଜାରରେ ଉପଲବ୍ଧ ହୋଇପାରେ । ଏଥି ସହ ଏହାର ଅଲ୍ ବ୍ଲାକ୍ ଭର୍ସନ୍ ମଧ୍ୟ ଖୁବ୍ ଶୀଘ୍ର ଲଂଚ ହେବ ବୋଲି ଜଣାପଡିଛି । ତେବେ ଏହି ବ୍ଲାକ୍ ପ୍ୟାକର ଦାମ୍ ରେଗୁଲାର୍ ଭାରିଆଂଟର ମୂଲ୍ୟଠାରୁ ୪୦ରୁ୫୦ ହଜାର ଅଧିକ ହେବ । ଅକ୍ଟୋବର ଶେଷ ସୁଦ୍ଧା ଏହା ବଜାରରେ ଲଂଚ ହେବା କୁହାଯାଉଛି ।

୫-ମହିନ୍ଦ୍ରା :

ମହିନ୍ଦ୍ରା ନିଜର ଫ୍ଲାଗସିପ୍ ଏସୟୁଭି ଅକ୍ଟୋବର ୯ରେ ଲଂଚ କରିବା ନେଇ ଅନୁମାନ କରାଯାଉଛି । ଏକ୍ସୟୁଭି ୭୦୦ ନାଁରେ ଏହି ଏସୟୁଭି ସାଙ୍ଗୟୋଙ୍ଗ୍ ରେକ୍ସଟନ୍ ଜି୪ ଆଧାରରେ ନିର୍ମିତ । ଲଂଚ ହେବା ପରେ ଏହା ଟୟୋଟା ଫର୍ଚୁନର୍ ଏବଂ ଏନଡିଏଭୋରକୁ ଟକ୍କର ଦେବ । ଏକ୍ସୟୁଭି ୭୦୦ର ଦାମ୍ ପାଖାପାଖି ୨୨ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।