ମହାମାରୀ ଭିତରେ ମହିଳାଙ୍କ ପାଇଁ ବଡ ଘୋଷଣା: କୌଣସି ବି ଚାକିରିର ଦରମାରେ ପୁରୁଷଙ୍କ ଭଳି ମହିଳାଙ୍କର ବି ରହିବ ବରାବର୍ ଅଧିକାର; ସମାନ ଦରମା ସହ ଏଣିକି ମହିଳାଙ୍କୁ ମିଳିବ ସର୍ବନିମ୍ନ ମଜୁରୀ

224

କନକ ବ୍ୟୁରୋ: ମହାମାରୀ ଭିତରେ ବଦଳି ଯାଇଛି କାମ କରିବାର ଶୈଳୀ । ତେବେ ଏହାରି ଭିତରେ କେନ୍ଦ୍ର ଶ୍ରମ ମନ୍ତ୍ରାଳୟ ପକ୍ଷରୁ ମହିଳା କର୍ମଚାରୀଙ୍କ ପାଇଁ ଅନେକ ବଡ ବଡ ଘୋଷଣା କରାଯାଇଛି । ଯେଉଁଥିରେ ମହିଳାଙ୍କ ଦରମାଠୁ ଆରମ୍ଭ କରି ସେମାନଙ୍କର କାମ କରିବାର ତରିକାକୁ ପ୍ରାଥମିକତା ଦିଆଯାଇ ଯୋଜନା ପ୍ରସ୍ତୁତ କରିଛନ୍ତି ।

ନିକଟରେ ଶ୍ରମ ମନ୍ତ୍ରାଳୟ ପକ୍ଷରୁ ସଂସଦରେ ଏକ ନୂଆ ଶ୍ରମ କୋଡର ପ୍ରସ୍ତାବ ଦିଆଯାଇଛି, ଯାହା ଗୃହରେ ପାରିତ ହେବା ପରେ ଏହା ପୂର୍ବ ଅପେକ୍ଷା ଅଧିକ ବ୍ୟବସ୍ଥିତ ହୋଇଯିବ । ତେବେ କେନ୍ଦ୍ର ସରକାରଙ୍କ ଏହି ନୂଆ ଲେବର କୋଡର ସବୁଠାରୁ ଅଧିକ ଫାଇଦା ମହିଳାଙ୍କୁ ହିଁ ମିଳିବ । ପ୍ରସ୍ତାବ ଅନୁସାରେ, ଏଣିକି ମହିଳାମାନଙ୍କୁ ଖଣି ସମେତ ଅନ୍ୟାନ୍ୟ କ୍ଷେତ୍ରରେ କାମ କରିବାର ସ୍ୱାଧିନତା ମିଳବ । କେବଳ ଏତିକି ନୁହେଁ ଦରମା କ୍ଷେତ୍ରରେ ମଧ୍ୟ ମହିଳାଙ୍କୁ ପୁରୁଷଙ୍କ ଭଳି ସମାନ ମାନ୍ୟତା ଦିଆଯିବ । ଏହାଛଡା ଆଧାର ଲିଙ୍କ ଆକାଉଂଟରେ ଡିଟିଟାଲ ପେମେଂଟ ଦ୍ୱାରା ମହିଳାଙ୍କ ପାଇଁ ସମାନ ଦରମା ଏବଂ ସର୍ବନିମ୍ନ ମଜୁରୀ ସୁନିଶ୍ଚିତ କରାଯିବ । ଯାହାକି କାର୍ଯ୍ୟରତ ମହିଳାମାନଙ୍କୁ ବେଶ୍ ଲାଭ ମିଳିବ ।

ସେହିଭଳି ମହିଳା ଶ୍ରମିକମାନଙ୍କୁ ସବୁ କ୍ଷେତ୍ରରେ ଯଥା ଖଣି, ନିର୍ମାଣ ଇତ୍ୟାଦିରେ ମଧ୍ୟ କାମ କରି କରିବାକୁ ଅନୁମତି ଦିଆଯିବ । ଅଦ୍ୟାବଧି ମହିଳା ଶ୍ରମିକଙ୍କୁ ଉଭୟ ଖଣି ଏବଂ ନିର୍ମାଣ ଭଳି କାର୍ଯ୍ୟକ୍ଷେତ୍ରରେ କାମ କରିବାକୁ ଦିଆଯାଉନଥିଲା । ଏଥିରେ କେବଳ ପୁରୁଷ ଶ୍ରମିକମାନେ ହିଁ କାମ କରିପାରିବେ । ଏପରିକି ମହିଳା ଶ୍ରମିକମାନଙ୍କୁ ଦେଶର ଅଁସଂଗଠିତ କ୍ଷେତ୍ରରେ କାମ କରୁଥିବା ପୁରୁଷଙ୍କ ତୁଳନାରେ କମ ଦରମା ଦିଆଯାଉଥିଲା । ତେବେ ଏହି ବିଲଟି ପାସ୍ ହେବା ପରେ ଉଭୟ ମହିଳା ଏବଂ ପୁରୁଷଙ୍କ ଦରମାରେ କୌଣସି ପ୍ରକାରର ଭେଦଭାବ ରହିବ ନାହିଁ ।