କନକ ବ୍ୟୁରୋ : ଜାମୁଝରିରେ ନିର୍ମାଣ ହେବ ରାଜ୍ୟର ସର୍ବ ବୃହତ ଜେଲ । ପରେ ଝାରପଡ଼ା ଜେଲ ସେଠାକୁ ସ୍ଥାନାନ୍ତର ହେବ । ଆନ୍ତର୍ଜାତୀୟ ସ୍ତରରେ ନିର୍ମାଣ ହେବ ଏହି ମଡେଲ୍ ଜେଲ । ଏହି ସ୍ୱତନ୍ତ୍ର ଜେଲରେ ୨୫୦୦ କଏଦୀ ରହିପାରିବେ । ୫୦ ଏକର ଜାଗାରେ ନିର୍ମାଣ ହେବ ଏହି ଜେଲ । ଆଗାମୀ ୨ ବର୍ଷ ମଧ୍ୟରେ ଏହି ଜେଲର ନିର୍ମାଣ କାର୍ଯ୍ୟ ଶେଷ ହେବ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମୋଦନ ମିଳିଛି ।

Advertisment

ପ୍ରଥମ ଗ୍ରୀନ୍ ଜେଲ ହେବା ସହ ୦ କାର୍ବନ ଏମିଶନ ଓ ସ୍ମାର୍ଟ ଜେଲ ହେବ ଏହି ନୂତନ ଜେଲ । ଏହି ସ୍ୱତନ୍ତ୍ର ଜେଲରେ ରହିବ ହସ୍ପିଟାଲ, ଆମ୍ଫି ଥିଏଟର,ଲାଇବ୍ରେରୀ,ଜିମ୍,ବେକରି ୟୁନିଟ୍,ଫୁଡ଼ ପ୍ରୋସେସିଂ ୟୁନିଟ୍,ମହିଳା କଏଦୀଙ୍କ ପାଇଁ ବଡ଼ ଜାଗା ରହିବ । ସ୍ଥାନ ଅଭାବରୁ ଝାରପଡା ଜେଲକୁ ବୃଦ୍ଧି କରାଯାଇ ପାରୁନାହିଁ । ଝାରପଡା ଜେଲରେ ଏବେ ପାଖାପାଖି ୧୨୦୦ କଏଦୀ ରହିଛନ୍ତି । ସୁରକ୍ଷା ଦୃଷ୍ଟି କୋଣରୁ ମଧ୍ୟ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହୁଛି । ତେଣୁ ଏଥିପାଇଁ ଏହି ନୂତନ ଜେଲ ନିର୍ମାଣ ହେବ । ପୂର୍ବରୁ ନୂତନ ଜେଲ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲା ଜେଲ ବିଭାଗ । ଆଉ ଏହି ପ୍ରସ୍ତାବକୁ ଅନୁମତି ମିଳିବା ପରେ ଖୁବଶୀଘ୍ର ଏହାର ନିର୍ମାଣ କାମ ଆରମ୍ଭ ହେବ ବୋଲି କହିଛନ୍ତି ଜେଲ ବିଭାଗ ଡିଆଇଜି ମନୋଜ ଛାବ୍ରା ।