ବୈଜ୍ଞାନିକଙ୍କ ନୂଆ ଖୋଜ : ଏଣିକି ନଦୀ ଗୁଡିକରେ ପ୍ରଦୂଷଣ ସ୍ତର ରୋକିବ ଡ୍ରୋନ । ଜାଣନ୍ତୁ କେମିତି ?

128

ନଦୀ ଗୁଡିକରେ ପ୍ରଦୂଷଣ ସ୍ତର ଜାଣିବା ପାଇଁ ବିଶେଷଜ୍ଞଙ୍କୁ ଆଉ ହଇରାଣ ହେବାକୁ ପଡିବନି, କାହିଁକିନା ଏବେ ଡ୍ରୋନ ଦ୍ୱାରା ବି ନଦୀ ଗୁଡିକରେ ପ୍ରଦୂଷଣର ସ୍ତର ଜଣାପଡିବ । ଯେମିତି ଗଙ୍ଗା ଭଳି ନଦୀରେ ପ୍ରଦୂଷଣ ବଢ଼ିବାରେ ଲାଗିଛି, ଯଦି ଠିକ ସମୟରେ ଏହାର ନିୟନ୍ତ୍ରଣ କରାନଯାଏ, ତେବେ ଅବସ୍ଥା ବହୁତ ଖରାପ ହେବ । ଭାରତୀୟ ବୈଷୟିକ ସଂସ୍ଥା(ଆଇଆଇଟି), କାନପୁର ଦ୍ୱାରା ବିକସିତ ପ୍ରଦୂଷଣ ଉପରେ ନଜର ରଖିବାର ଏମିତି ଏକ ପ୍ରୟୋଗ ଦ୍ୱାରା ଗଙ୍ଗା ନଦୀ ଜଳର ଗୁଣବତ୍ତାର ଚିହ୍ନଟ କରିବାରେ ବୈଜ୍ଞାନିକଙ୍କୁ ପ୍ରାରମ୍ଭିକ ସଫଳତା ମିଳିଛି ।

ଆଇଆଇଟି କାନପୁରର ବୈଜ୍ଞାନିକଙ୍କ ଅନୁସାରେ, ତାଙ୍କ ଟିମ ଡ୍ରୋନରେ କ୍ୟାମେରା ଲଗାଇ ମଲ୍ଟି- ସ୍ପେକ୍ଟ୍ରଲ ଏବଂ ହାଇପର-ସ୍ପେକ୍ଟ୍ରଲ ଇମେଜିଙ୍ଗ କୈାଶଳର ସହାୟତାରେ ଗଙ୍ଗାରେ ପ୍ରବାହିତ କରାଯାଉଥିବା ପ୍ରଦୂଷକର ପ୍ରକୃତି ଓ ବିଶେଷତ୍ୱ ଜାଣିବା ଉପରେ ଗବେଷଣା କରୁଛି । ଯଦି ସମ୍ବଳ ଥିବ ତାହେଲେ ଅଧିକ ଶକ୍ତିଶାଳୀ କ୍ୟାମେରା ସାହାଯ୍ୟରେ ଜଳସ୍ରୋତରେ ଜୈବିକ, ଅଜୈବିକ ଏବଂ ଧାତବୀୟ ପ୍ରଦୂଷଣ ସମେତ ବିଭିନ୍ନ ପ୍ରଦୂଷଣର ପ୍ରକାରଗୁଡିକ ଜଣାପଡିବ ।

ବୈଜ୍ଞାନିକଙ୍କ ଅନୁସାରେ, ନଦୀ ଜଳର ଗୁଣବତ୍ତାର ଚିହ୍ନଟ କରିବା ପାଇଁ ଥିବା ପାରମ୍ପରିକ ଉପାୟ ପର୍ଯ୍ୟାପ୍ତ ପରିମାଣରେ ନାହିଁ । ସେଥିପାଇଁ ଭାରତରେ ରିମୋଟ ସେନ୍ସିଙ୍ଗ କୈାଶଳର ବ୍ୟବହାର କରଯାଇପାରେ । ବୈଷୟିକ ଯୁଗରେ ବାୟୁ ପ୍ରଦୂଷଣ ଭଳି ଜଳ ପ୍ରଦୂଷଣ ମଧ୍ୟ ଏକ ଚ୍ୟାଲେଂଜ । ଏହି ପ୍ରୟୋଗର ଦୂରଗାମୀ ପରିଣାମ ହୋଇପାରିବ ବୋଲି ବୈଜ୍ଞାନିକମାନେ ଅନୁଧ୍ୟାନ କରିଛନ୍ତି ।