କନକ ବ୍ୟୁରୋ : ମହିଳା ସଶକ୍ତିକରଣ ପାଇଁ ଫିକି, ମିଶନ ଶକ୍ତି ଓ ସମ୍ବାଦ ପକ୍ଷରୁ ଆରମ୍ଭ ହୋଇଛି ମିଳିତ ପ୍ରୟାସ । ମହିଳାମାନେ କିଭଳି ପ୍ରଶିକ୍ଷିତ ହେବା ସହ ସ୍ୱାବଲମ୍ବୀ ହୋଇପାରିବେ, ରୋଜଗାର କରିପାରିବେ, ଓଡିଶାରେ ମହିଳା ଉଦ୍ୟୋଗୀ ଆଗକୁ ଯାଇପାରିବେ, ସେଥିପାଇଁ ଓଡିଶା-୫୦ର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମହିଳା ସଶକ୍ତିକରଣ କେତେ ଗୁରୁତ୍ୱପୂର୍ଣ୍ଣ ମତ ରଖିଛନ୍ତି ।
ସମ୍ବାଦ ଗ୍ରୁପ୍ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ କହିଥିଲେ, ମହିଳାମାନେ ଘରର ଯାବତୀୟ କାମ କରୁଥିଲେ ବି ସେମାନଙ୍କୁ ଏଥିପାଇଁ କୌଣସି ପାରିଶ୍ରମିକ ମିଳୁନି । ତେଣୁ ଏସବୁ କାର୍ଯ୍ୟ ପରେ ବି ମହିଳାମାନେ ଅତି କମରେ ଟଙ୍କାଟିଏ ରୋଜଗାର କରିବା ଆବଶ୍ୟକ । ରୋଜଗାର କରୁଥିବା ମହିଳାଙ୍କୁ କେହି ହରାଇ ପାରିବେ ନାହିଁ । ଏହି କାର୍ଯ୍ୟକ୍ରମରେ ଗ୍ରାମାଂଚଳର ଶହେ ପ୍ରଶିକ୍ଷିତ ମହିଳା ଉଦ୍ୟୋଗୀଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମ ପାଇଁ ସହଯୋଗର ହାତ ବଢ଼ାଇଥିଲା ଖୀମଜୀ ଫାଉଣ୍ଡେସନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/11/Screen-Shot-2021-11-25-at-3.50.52-PM.png)