ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାରେ ଆସିଲା ନୂଆ ତଥ୍ୟ : ଆଦିତ୍ୟଙ୍କ ବାପା କହିଲେ, ମୃତ୍ୟୁ ପଛରେ ଥାଇ ପାରେ ଜଣେ ରହସ୍ୟମୟୀ ମହିଳାଙ୍କ ହାତ; ଗୁଜୁରାଟରେ ଥିବା ଜଣେ ସାଇକୋ ମହିଳାଙ୍କୁ ନେଇ ଚର୍ଚ୍ଚା

2,343

କନକ ବ୍ୟୁରୋ : ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାରେ ଆସିଲା ନୂଆ ତଥ୍ୟ । ଆଦିତ୍ୟଙ୍କ ବାପା କହିଛନ୍ତି , ତାଙ୍କ ପୁଅର ମୃତ୍ୟୁ ପଛରେ ଜଣେ ରହସ୍ୟମୟୀ ସାଇକୋ ମହିଳାଙ୍କ ହାତ ଥାଇପାରେ । ଯେଉଁ ମହିଳାଙ୍କୁ ସେ ଗୁଜୁରାଟରେ ଦେଖିଥିଲେ । ସେହି ସାଇକୋ ମହିଳା ଜଣଙ୍କ ଆଦିତ୍ୟଙ୍କୁ ବିବାହ କରିବାକୁ ଚାହୁଁଥିଲେ । ଆଦିତ୍ୟଙ୍କୁ ସେହି ମହିଳା ଜଣଙ୍କ ପ୍ରାୟ ବର୍ଷେ ହେବ ଏକତରଫା ପ୍ରେମ କରିବା ସହ ବ୍ଲାକମେଲ କରୁଥିଲେ ବୋଲି ଆଦିତ୍ୟଙ୍କ ବାପା କହିଛନ୍ତି ।