କନକ ବ୍ୟୁରୋ : ହାଥରସ୍ ଘଟଣାକୁ ନେଇ ଇଡି ଦେଇଛି ବଡ ସୂଚନା । ଜାତୀୟ ହିଂସା ଘଟାଇବାକୁ ମରିସସରୁ ଆସିଥିଲା ୫୦ କୋଟି ଟଙ୍କା । ପ୍ରାରମ୍ଭିକ ତଦନ୍ତ ପରେ ଏଭଳି ଚାଂଚଲ୍ୟକର ତଥ୍ୟ ଦେଇଛି ଇଡି । ଏହି ଘଟଣା ବାହାନାରେ ଜାତୀୟ ହିଂସା ଘଟାଇବା ଥିଲା ମୂଳ ଉଦ୍ଦେଶ୍ୟ ।

Advertisment

ପପୁଲାର ଫ୍ରଂଟ ଅଫ୍ ଇଣ୍ଡିଆକୁ ଏହି ୫୦ କୋଟି ଟଙ୍କା ମରିସସରୁ ଆସିଥିଲା । ଆଗରୁ ୟୁପି ସରକାର ଦାବି କରିଥିଲେ ହାଥରସ୍ କାଣ୍ଡ ବାହାନାରେ ହିଂସା ଘଟାଇବାକୁ କରାଯାଉଛି ଷଡଯନ୍ତ୍ର । ଏବେ ପିଏଫଆଇ ନିକଟକୁ ବିଦେଶରୁ ପାଣ୍ଠି ଆସିବା ଘଟଣା ଜଣା ପଡିବା , ଏଥିରେ ମୋହର ଲାଗିବା ପରି ହୋଇଛି । ପୁରା ଘଟଣାର ଏବେ ତଦନ୍ତ ଜାରି ରହିଛି ।

ଗତକାଲି ମିରଟରୁ ୪ ଜଣ ସନ୍ଦୀଗ୍ଧଙ୍କୁ ଗିରଫ କରାଯାଇଥିଲା । ତଦନ୍ତ ପରେ ଗିରଫ ୪ ଜଣ ପିଏଫଆଇ ସଂଗଠନର ସହିତ ସଂପୃକ୍ତ ବୋଲି ଜଣାପଡିଥିଲା । ସେମାନଙ୍କ ନିକଟରୁ ଲାପଟପ୍, ମୋବାଇଲ୍, ସନ୍ଦୀଗ୍ଧ କାଗଜପତ୍ର, ସନ୍ଦିଗ୍ଧ ସାହିତ୍ୟ ଜବତ ହୋଇଥିଲା ।

ପ୍ରାଥମିକ ଯାଂଚରୁ ଇଡି ଜାଣିବାକୁ ପାଇଛି ହାଥରସ୍ ଦଳିତ ଯୁବତୀକୁ ନ୍ୟାୟ ବାହାନାରେ ୟୁପିରେ ଜାତୀୟ ହିଂସା ଘଟାଇବାକୁ ୧୦୦ କୋଟିରୁ ଅଧିକ ଟଙ୍କା ନିବେଶ ହୋଇଛି । ଏବେ ଏହାର ଖିଅ ଖୋଜୁଛି ଇଡି । ବିରୋଧ ଆଳରେ ସୋସିଆଲ୍ ମିଡିଆରେ ମଧ୍ୟ ଦେଶ ତଥା ରାଜ୍ୟର ଛବି ଖରାପ କରିବା ଭଳି ପୋଷ୍ଟ ହେବା ସହିତ ଅନଲାଇନରେ ଏନେଇ ମିଶନ ଚଳାଇଥିଲେ ସନ୍ଦୀଗ୍ଧ ।