ମୋବାଇଲ ଆପରେ ଭଏସ ଚେଞ୍ଚ କରୁଥିଲେ, ଗୁପ୍ତଚରଙ୍କଠୁ ଗୁପ୍ତ ତଥ୍ୟ ନେଉଥିଲେ ରହସ୍ୟମୟୀ

125

କନକ ବ୍ୟୁରୋ: ଡିଆରଡିଓ ତଥ୍ୟ ଲିକ ମାମଲାରେ ନୂଆ ଖୁଲାସା କରିଛି କ୍ରାଇମବ୍ରାଞ୍ଚ । ପୁଣି କ୍ରାଇମବ୍ରାଞ୍ଚ ସାମ୍ନାକୁ ଆସିଲା ଏକ ନୂଆ ତଥ୍ୟ । ମହିଳା ଜଣକ ଆପ ଜରିଆରେ ଭଏସ ଚେଞ୍ଜ କରି ଅଭିଯୁକ୍ତଙ୍କ ସହ କଥା ହେଉଥିଲେ । ଆଉ ଏଭଳି ମାଧ୍ୟମରେ ଅଭିଯୁକ୍ତଙ୍କଠାରୁ ସମସ୍ତ ଗୁପ୍ତ ତଥ୍ୟ ନେଉଥିଲେ ।

ଏହାସହ ଅଭିଯୁକ୍ତଙ୍କୁ ନୂଆ ସିମ ବ୍ୟବହାର କରିବାକୁ କହିଥିଲେ ମହିଳା । ଏକ ଲିଙ୍କକୁ କ୍ଲିକ କରି ଅଭିଯୁକ୍ତଙ୍କୁ ମହିଳା ମାଗିଥିଲେ ଓଟିିପି । ଲିଙ୍କ ପାଇବା ପରେ ମହିଳା ସବୁ କିଛି ନିୟନ୍ତ୍ରଣ କରୁଥିଲେ । ପ୍ରାୟ ବର୍ଷେ ହେଲା ମହିଳାଙ୍କ ସ୍କାନରରେ ଥିଲେ ଅଭିଯୁକ୍ତ । ମୋବାଇଲରେ ସମସ୍ତଙ୍କ ଗତିବିଧି ଉପରେ ନଜର ରଖୁଥିଲେ ମହିଳା । ରହସ୍ୟମୟୀ ମହିଳାଙ୍କୁ ନେଇ ଏମିତି ସୂଚନା ଦେଇଛି କ୍ରାଇମବ୍ରାଞ୍ଚ ।