ଭୁବନେଶ୍ୱରରୁ ରାତ୍ରିକାଳୀନ ବିମାନ ସେବା ବଢ଼ିଲା : ଦୈନିକ ୧୧ଟି ବିମାନ ଉଡ଼ାଣ କରିବ, ଜୁନ୍ ୧ରୁ ଇଣ୍ଡିଗୋର ନୂଆଦିଲ୍ଲୀକୁ ଆଉ ଏକ ବିମାନ ସେବା ଆରମ୍ଭ

Advertisment
ଭୁବନେଶ୍ୱରରୁ ରାତ୍ରିକାଳୀନ ବିମାନ ସେବା ବଢ଼ିଲା : ଦୈନିକ ୧୧ଟି ବିମାନ ଉଡ଼ାଣ କରିବ, ଜୁନ୍ ୧ରୁ ଇଣ୍ଡିଗୋର ନୂଆଦିଲ୍ଲୀକୁ ଆଉ ଏକ ବିମାନ ସେବା ଆରମ୍ଭ

source : Deccan Chronicle

କନକ ବ୍ୟୁରୋ : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଏବେ ଦେଶର ବ୍ୟସ୍ତବହୁଳ ବିମାନବନ୍ଦରର ପାଲଟି ଯାଇଛି। ଯାତ୍ରୀ ହାର ବୃଦ୍ଧିରେ ଦେଶର ଏକ ନମ୍ବର ବିମାନବନ୍ଦର ମାନ୍ୟତା ପାଇଥିବା ଭୁବନେଶ୍ୱରରୁ ରାତ୍ରିକାଳୀନ ବିମାନ ସେବାକୁ ବିମାନ କମ୍ପାନୀ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ଜୁନ୍ ୧ରୁ ଇଣ୍ଡିଗୋ ନୂଆଦିଲ୍ଲୀକୁ ଆଉ ଏକ ବିମାନ ସେବା ଆରମ୍ଭ କରିବାକୁ ଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, ଇଣ୍ଡିଗୋ ବିମାନ ୬ଇ୨୧୨୫ ଆସନ୍ତା ଜୁନ୍ ୧ରୁ ରାତି ୧ଟା ୩୦ରୁ ଭୁବନେଶ୍ୱର ଛାଡ଼ିବ। ନୂଆଦିଲ୍ଲୀରେ ଭୋର୍ ୪ଟାରେ ପହଞ୍ଚିବ। ଏଥିପାଇଁ ଇଣ୍ଡିଗୋ ପକ୍ଷରୁ ୧୮୦ ସିଟ୍ ବିଶିଷ୍ଟ ଏ-୩୨୦ ଏୟାର ବସ୍ ନିୟୋଜିତ ହେବ। ସେହିପରି ଦିଲ୍ଲୀରୁ ବିମାନ ୬ଇ ୨୧୨୪ ରାତି ୨ଟା ୩୫ରେ ବିମାନ ଭୁବନେଶ୍ୱର ଅଭିମୁଖେ ଉଡ଼ାଣ କରି ଭୋର୍ ୪ଟା ୪୫ରେ ପହଞ୍ଚିବ। ଏହା ବି ୧୮୦ ସିଟ ବିଶିଷ୍ଟ ବିମାନ ହେବ। ଏହି ବିମାନ ଉଡ଼ାଣ ଦ୍ୱାରା ଭୁବନେଶ୍ୱରକୁ ଦୈନିକ ୧୧ଟି ବିମାନ ଉଡ଼ାଣ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe