କନକ ବ୍ୟୁରୋ: ଜୟପୁର ବେଦିକା ଲନ୍ସ ଠାରେ ଆଜି ନୂଆ ହୋଣ୍ଡା ଆକ୍ଟିଭା ଲଞ୍ଚ । ଏହି କାର୍ୟ୍ୟକ୍ରମରେ ଶ୍ରୀ ଏଲ.ଏନ୍ ପଟେଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଏଠାରେ ଦାୟିତ୍ୱରେ ଥିବା ଏରିଆ ମ୍ୟାନେଜର ସତ୍ୟଜିତ୍ ଦାଶ କହିଛନ୍ତି,ହୋଣ୍ଡା ବୈପ୍ଲବିକ ପରିବର୍ତ୍ତନ କରି ସର୍ବଦା ସମୟ ସହିତ ନିଜ ପ୍ରଡକ୍ଟକୁ ବିକଶିତ କରି ଚାଲିଥାଏ।
ଏହି କାର୍ଯ୍ୟକ୍ରମରେ ହୋଣ୍ଡା ଆଇ ସ୍ମାର୍ଟ ଟେକ୍ନୋଲୋଜି ସହିତ ନୂତନ ଆକ୍ଟିଭାରେ ରିମୋଟ କଣ୍ଟ୍ରୋଲ ସର୍ଚ୍ଚ, ଅଟୋ ଲକ୍, ଆଣ୍ଟି ଥେଫ୍ଟ ଟେକ୍ନୋଲୋଜି ଭଳି ଅନେକ ସୁବିଧା ସମ୍ପନ୍ନ ବାଇକ ବଜାରକୁ ନେଇ ଆସିଛି। କାର୍ୟ୍ୟକ୍ରମକୁ କେସର ହୋଣ୍ଡା ମାଲିକ ନବୀନ ପଟେଲ ଏବଂ ରାଜେଶ ପଟେଲ ଆୟୋଜନ କରିଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଶୋ ରୁମ୍ ମ୍ୟାନେଜର ସତୀଶ କୁମାର ପଟ୍ଟନାୟକ, ଉମା ମହେଶ୍ୱର ରାଓ, ଅନେକ ଆକ୍ଟିଭା ଗ୍ରାହକ, ମିଡିଆ, ସ୍ଥାନୀୟ ବୁଦ୍ଧିଜୀବୀ, ଫାଇନାନ୍ସ କମ୍ପାନୀ ଏବଂ ଟେକ୍ନିସିଆନମାନେ ମଧ୍ୟ ଉପସ୍ଥିତ ଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/02/WhatsApp-Image-2023-02-13-at-9.20.01-PM.jpeg)