କନକ ବ୍ୟୁରୋ : ଆସିଲା ହକି ବିଶ୍ୱକପ ଆନ୍ଥେମ । ଓଡିଶାରେ ଆୟୋଜିତ ହକି ବିଶ୍ୱକପ୍ ପାଇଁ ହକି ଇଣ୍ଡିଆ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଆନ୍ଥେମ ‘ଜୟ ହୋ ହିନ୍ଦୁସ୍ତାନ କି’ ଉନ୍ମୋଚନ କରାଯାଇଛି । ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ଭାରତୀୟ ଖେଳାଳିଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆନ୍ଥେମକୁ ଉନ୍ମୋଚନ କରିଥିଲେ ।
ବଲଇୁଡର କଣ୍ଠଶିଳ୍ପୀ ଶୁଖବିନ୍ଦର ସିଂ ଏହି ଗୀତକୁ ଗାଇଥିବା ବେଳେ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଏଥିରେ ସ୍ୱର ସଂଯୋଜନା କରିଛନ୍ତି । ଏହି ଗୀତରେ ଦେଶଭକ୍ତି ସହିତ ଯୁବପୀଢଙ୍କୁ ଉତ୍ସାହିତ କରିବା ଭଳି ପଂକ୍ତି ସବୁ ରହିଛି । ସେହିଭଳି ସ୍ୱାଧୀନତାର ୭୫ ବର୍ଷପୂର୍ତ୍ତି ପାଳନ ସମ୍ବନ୍ଧୀୟ କିଛି ଏ଼’ହକି କି ରଣ ଭୂମି ମେ ତ୍ରିରଙ୍ଗା ହି ଲହରାଏଗା’ ମାଧ୍ୟମରେ ଭାରତ ଯେପରି ଏହି ବିଶ୍ୱକପ୍ ଜିତି ତ୍ରିରଙ୍ଗାକୁ ଉଡାଉ ବୋଲି ଦର୍ଶାଯାଇଛି ।