କନକ ବ୍ୟୁରୋ: ସାମ୍ବାଦିକ ସ୍ବାସ୍ଥ୍ୟ ବୀମା ନୂତନ ପୋର୍ଟାଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି। ସାମ୍ବାଦିକମାନଙ୍କୁ ଏଣିକି ସ୍ବାସ୍ଥ୍ୟ ବୀମା ହେଉ କି ଅନ୍ୟାନ୍ୟ ସହାୟତା ପାଇଁ ଆଉ ଜିଲ୍ଲା କିମ୍ବା ରାଜ୍ୟ ମୁଖ୍ୟାଳୟକୁ ଆସିବାକୁ ପଡ଼ିବନାହିଁ ।
୫ଟି ନୀତି ଉପରେ ଗୁରୁତ୍ୱ ଦେଇ ପୋର୍ଟାଲ ପ୍ରସ୍ତୁତ ହୋଇଛି। ଏହାଦ୍ବାରା ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ କାମ କରୁଥିବା ଓଡ଼ିଆ ସାମ୍ବାଦିକମାନେ ଅନଲାଇନରେ ବୀମା ଓ ଅନ୍ୟ ସୁବିଧା ପାଇପାରିବେ। ଭିସି ଜରିଆରେ ପୋର୍ଟାଲର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜିର ଏହି ଲୋକାର୍ପଣ ଉତ୍ସବରେ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ବିଭାଗୀୟ ସଚିବ ସଞ୍ଜୟ କୁମାର ସିଂହ ଓ ଉତ୍କଳ ପ୍ରସଙ୍ଗ ତଥା ଓଡ଼ିଶା ରିଭ୍ୟୁର ସଂପାଦିକା କସ୍ତୁରୀ ମହାପାତ୍ର ଅତିଥି ଭାବେ ଯୋଗ ଦେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/07/Collage-Maker-07-Jul-2023-03-43-PM-232.jpg)