କନକ ବ୍ୟୁରୋ: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ଥିବା ଦ୍ୱନ୍ଦ୍ୱ ଦୂର କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । କନକ ନ୍ୟୁଜକୁ ଏକ୍ସକ୍ଲୁସିଭ ସାକ୍ଷାତକାର ଦେଇ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ଅକ୍ଟୋବରରୁ ଆସିବ ନୂଆ ସ୍ୱାସ୍ଥ୍ୟକାର୍ଡ। ବିଜେପି କ୍ଷମତାକୁ ଆସିଲେ ରାଜ୍ୟରେ ଆଯୁଷ୍ମାନ ଯୋଜନା ଲାଗୁ ହେବ ବୋଲି କହିଥିଲା। ତେଣୁ ମନ୍ତ୍ରୀ କହିଛନ୍ତି କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ଆୟୁଷ୍ମାନ ଯୋଜନା ଓ ରାଜ୍ୟ ସରକାରଙ୍କ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ଗୋଟିଏ ହେଲ୍ଥ କାର୍ଡ ହେବ।

Advertisment
  • ରାଜ୍ୟର ପ୍ରାୟ ୧ କୋଟି ପରିବାର ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ଲାଭ ପାଇବେ
  • ୨୭ ହଜାର ଅନୁବନ୍ଧିତ ହସ୍ପିଟାଲରେ ମିଳିବ ସ୍ୱାସ୍ଥ୍ୟ ସେବା
  • ସାରା ଦେଶରେ କାମ କରିବ ଗୋଟିଏ ସ୍ୱାସ୍ଥ୍ୟ କାର୍ଡ
  • ହିତାଧିକାରୀଙ୍କ ପରିସର ବୃଦ୍ଧି କରିବାକୁ ଯୋଜନା
  • ରାଜ୍ୟ ବାହାରେ ରହୁଥିବା ଶ୍ରମିକ ଶ୍ରେଣୀ ଲାଭ ପାଇବେ

କେନ୍ଦ୍ରର ଆୟୁଷ୍ମାନ ଯୋଜନା ସହ ରାଜ୍ୟ ସରକାରଙ୍କ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ ମିଶାଇ ଗୋଟିଏ ସ୍ୱାସ୍ଥ୍ୟକାର୍ଡ ଇସ୍ୟୁହେବ। ତେଣୁ ଏଥିରେ କେନ୍ଦ୍ର ଓ ରାଜ୍ୟର ଭାଗ କେତେ ରହିବ ସେନେଇ ଚୂଡାନ୍ତ କରିବାକୁ ଦିଲ୍ଲୀ ଯାଉଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ ଭେଟିବା ପରେ ଏହାର ରୂପରେଖ ସ୍ଥିର ହେବ ।