ଆଗକୁ ଆସୁଛି ପାର୍ବଣ ଋତୁ, ସାଙ୍ଗରେ ଆଣିପାରେ ତୃତୀୟ ଲହର : ୩୧ ଅଗଷ୍ଟ ଗାଇଡଲାଇନ ଶେଷ ହେଉଥିବାରୁ ନୂଆ ମାର୍ଗଦର୍ଶିକା ଆଣିପାରନ୍ତି ସରକାର

କଟକ, ଖୋର୍ଦ୍ଧା, ପୁରୀରୁ ହଟିବ କି ସପ୍ତାହନ୍ତ ସଟଡାଉନ୍ ?

407

କନକ ବ୍ୟୁରୋ : ଆଗକୁ ଆସୁଛି ପାର୍ବଣ ଋତୁ । ଏହା ସାଙ୍ଗକୁ କରୋନାର ସମ୍ଭାବ୍ୟ ତୃତୀୟ ଲହର । ଯଦିଓ ରାଜ୍ୟରେ ଦୈନିକ ସଂକ୍ରମଣ ଏବେ ନିୟନ୍ତ୍ରଣରେ ଅଛି, ହେଲେ ଆଗକୁ ସ୍ଥିତି ବିଗିଡ଼ି ଯାଇପାରେ । ତେଣୁ ଏହାକୁ ନଜରରେ ରଖି ରାଜ୍ୟ ସରକାର ପାର୍ବଣ ଋତୁ ପାଇଁ ନୂଆ ଗାଇଡଲାଇନ ଆଣିବାକୁ ଯାଉଛନ୍ତି । ଠିକ୍ ସମୟରେ ଏହି ଗାଇଡ଼ଲାଇନ ଜାରି ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ସେ କହିଛନ୍ତି କେନ୍ଦ୍ର ସରକାରଙ୍କ ପକ୍ଷରୁ ପାର୍ବଣରେ କଟକଣା ଜାରି ରଖିବା ଲାଗି ରାଜ୍ୟମାନଙ୍କୁ କୁହାଯାଇଛି । ରାଜ୍ୟ ସରକାର ଏହା ଉପେର ନଜର ରଖିଛନ୍ତି । ସର୍ଭେଲାନ୍ସ ଓ କଂଟ୍ରାକ୍ଟ ଟ୍ରେସିଂ ଜାରି ରହିଛି । ଦ୍ୱିତୀୟ ଲହରରେ ରାଜ୍ୟ ସଂକ୍ରମଣ ୧୦ ହଜାର ପାର କରିଥିଲା । ହେଲେ ଏବେ ସ୍ଥିତିରେ ସୁଧାର ଆସିଛି ,ହେଲେ ତୃତୀୟ ଲହରରେ ମଧ୍ୟ ସଂକ୍ରମଣ ବଢ଼ିପାରେ ବୋଲି ଆକଳନ କରାଯାଇଛି । ୩୧ ଅଗଷ୍ଟରେ ଗାଇଡଲାଇନ ସରୁଥିବାରୁ ନୂଆ ମାର୍ଗଦଶିକାରେ ପରିବର୍ତ୍ତନ କରିପାରନ୍ତି ରାଜ୍ୟ ସରକାର ।