ଯୁକ୍ତ ତିନି ଆଡମିଶନ୍ ପାଇଁ ଜାରି ହେଲା ନୂଆ ଗାଇଡଲାଇନ୍ । ଜାଣନ୍ତୁ କଣ ରହିଛି ଗାଇଡଲାଇନ

2,801

କନକ ବ୍ୟୁରୋ : ଯୁକ୍ତ ତିନି ଆଡମିଶନ୍ ପାଇଁ ଜାରି ହୋଇଛି ଗାଇଡଲାଇନ୍ । ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ଏହି ଗାଇଡ୍ଲାଇନ୍ ଅନୁସାରେ ତିନି ରାଉଣ୍ଡ ବିିଶିଷ୍ଟ ଆଡମିସନ୍ ଗୋଟିଏ ପର୍ଯ୍ୟାୟରେ ହେବ । ସାମ୍ସ ପୋର୍ଟାଲରେ ଛାତ୍ରଛାତ୍ରୀମାନେ ନିଜ ଫୋନ୍ ନମ୍ବର ଓ ଇମେଲ୍ ଆଇଡି ଦେଇ ଇ-ଆଡମିଶନ୍ ପାଇଁ ଆବେଦନ କରିବେ ।  ଆବେଦନ ସମୟରେ ଏଣିକି ଆଉ ମାର୍କସିଟ୍ କି  ସାର୍ଟିଫିକେଟ୍ ଅପଲୋଡ୍ କରିବାକୁ ପଡ଼ିବନି ।

ଆଡମିଶନ୍ ସମୟରେ ଏସବୁର ଯାଂଚ କରାଯିବ । ସ୍ଲାଇଡ୍ ଅପ୍ ପ୍ରକ୍ରିୟାରେ ଭାଗ ନେବାକୁ ହେଲେ ଛାତ୍ରଛାତ୍ରୀମାନେ ଅନଲାଇନ୍ ଫର୍ମରେ ଉଲ୍ଲେଖ କରିବେ । କଲେଜ୍ ଗୁଡ଼ିକ ସାମ୍ସ ପୋର୍ଟାଲ୍ରେ ନିଜ ନିଜର ଆଡମିଶନ୍ ଫି ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି କଲେଜ କର୍ତୃପକ୍ଷ ଆଡମିଶନ୍ ବାବଦରେ କ୍ୟାମ୍ପସରେ ପୋଷ୍ଟର ଲଗାଇ ସଚେତନ କରିବେ । ଏହା ସହ ହେଲ୍ପ ଡେସ୍କ, ଇଂଟରନେଟ୍ କେନ୍ଦ୍ର, ନିରବଚ୍ଛିନ୍ନ ବିଦ୍ୟୁତ ସେବା ଉପଲବ୍ଧ ରଖିବାକୁ ସବୁ ଡିଗ୍ରୀ କଲେକ କର୍ତୃପକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି ।