ଆଉ କିଛି ସମୟ ପରେ ଆସିବ ସେପ୍ଟେମ୍ବର ଗାଇଡଲାଇନ୍ : ହଟିବ କି ସପ୍ତାହନ୍ତ ସଟଡାଉନ, କୋହଳ ହୋଇପାରେ ନାଇଟ୍ କର୍ଫ୍ୟୁ

ଜୀବନ-ଜୀବିକାକୁ ଦୃଷ୍ଟିରେ ରଖି ସରକାର ନେଇପାରନ୍ତି ପଦକ୍ଷେପ; ପାର୍ବଣ ଋତୁରେ କରୋନାର ନୂଆ ମାର୍ଗଦର୍ଶିକା ଉପରେ ରହିଛି ସମସ୍ତଙ୍କ ନଜର

299

କନକ ବ୍ୟୁରୋ : ଆଉ କିଛି ସମୟ ପରେ ଆସିବ ସେପ୍ଟେମ୍ବର ଗାଇଡଲାଇନ । ପାର୍ବଣ ଋତୁରେ ସରକାର କେଉଁ କଟକଣା ହଟାଇବେ, କାହାକୁ ରଖିବେ ଏହା ଉପରେ ସମସ୍ତଙ୍କ ନଜର ରହିଛି । ଦୀର୍ଘଦିନ ଧରି କରୋନା କଟକଣା ଯୋଗୁଁ ଜୀବିକା ବିଶେଷ ଭାବେ ପ୍ରଭାବିତ ହୋଇଯାଇଛି । ତେଣୁ ସପ୍ତାହନ୍ତ ଲକଡାଉନ, ନାଇଟ୍ କର୍ପ୍ୟୁ ଭଳି କଟକଣା ହଟାଇବାକୁ ଦାବି ହେଉଛି । ତେବେ କଟକ, ଭୁବନେଶ୍ୱର ଓ ପୁରୀରୁ ସପ୍ତାହନ୍ତ ସଟଡାଉନକୁ ହଟାଇ ନପାରନ୍ତି ସରକାର । ୩ସହରରେ ଅପରାହ୍ନ ଯାଏଁ ଦୋକାନ ଖୋଲିବାକୁ ଅନୁମତି ମିଳିପାରେ ।

ଏପଟେ ପାର୍ବଣ ଋତୁ ଆସୁଥିବାରୁ ରାଜ୍ୟଗୁଡିକୁ ସତର୍କ କରିଦେଇଛନ୍ତି କେନ୍ଦ୍ର ସରକାର । ଭିଡ଼ ନିୟନ୍ତ୍ରଣରେ ନରହିଲେ ଏହା ତୃତୀୟ ଲହରକୁ ସାଙ୍ଗରେ ଆଣିପାରେ ବୋଲି ଚେତାଇ ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଓନମ ପରେ କେରଳରେ ହଠାତ୍ ଦୈନିକ ସଂକ୍ରମଣରୁ ଅଧିକ ହୋଇଯାଇଛି, ତେଣୁ ସତର୍କ ରହିବାକୁ କହିଛି କେନ୍ଦ୍ର । କେନ୍ଦ୍ରର ଗାଇଡଲାଇନ୍ ପରେ ଓଡ଼ିଶାରେ କେଉଁ କଟକଣା ରହିବ, କାହାକୁ ହଟାଇବେ ସରକାର । ଏହା ହିଁ ସବୁଠୁ ବଡ଼ ଚ୍ୟାଲେଂଜ ସୃଷ୍ଟି କରିଛି । ତେବେ ଜୀବନ-ଜୀବିକାକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ଗାଡଡଲାଇନରେ କିଛି ପରିବର୍ତନ ଆଣିପାରନ୍ତି ରାଜ୍ୟ ସରକାର । ରାତି କର୍ଫ୍ୟୁକୁ ସରକାର କୋହଳ କରିପାରନ୍ତି ବୋଲି ଅନୁମାନ କରାଯାଉଛି ।