ମାସ୍କ ପରେ ସାମାଜିକ ଦୂରତାକୁ ଗୁରୁତ୍ୱ । ଦୋକାନ-ବାଣିଜ୍ୟିକ ପ୍ରତିଷ୍ଠାନରେ ଦୂରତା ନରଖିଲେ ଗଣିବେ ୫୦୦ ଟଙ୍କା ଜରିମାନା, ମାସ୍କ ନପିନ୍ଧିଲେ ଦୋକାନ ମନା ।

482

କନକ ବ୍ୟୁରୋ: ମାସ୍କ ପରେ ଏବେ ସାମାଜିକ ଦୂରତାକୁ ଗୁରୁତ୍ୱ । କରୋନା ସଂକ୍ରମଣ ରୋକିବାକୁ କମିଶନରେଟ୍ ପୋଲିସର କଡ଼ା ଆଭିମୁଖ୍ୟ । କଟକ-ଭୁବନେଶ୍ୱରରେ ସାମାଜିକ ଦୂରତ୍ୱ ରଖି ଦୋକାନ ବଜାର ଅଞ୍ଚଳରେ ଭିଡ଼ ନକରିବା ପାଇଁ ଆଉ ଏକ ଗାଇଡ୍ ଲାଇନ୍ ଜାରି କଲା କମିଶନରେଟ୍ ପୋଲିସ୍ । ଏଣିକି ସାମାଜିକ ଦୁରତ୍ୱ ନରଖିଲେ ଜରିମାନା ଗଣିବାକୁ ହେବ ବୋଲି ବିଜ୍ଞପ୍ତି ଜାରି ।

ନିୟମ ମୁତାବକ
• ଯେ କୌଣସି ଦୁଇଜଣ ବ୍ୟକ୍ତିଙ୍କ ମଧ୍ୟରେ ଦୂରତା ଦୁଇ ମିଟର ବା ୬ ଫୁଟ୍ ରହିବା ଆବଶ୍ୟକ ।
• ସବୁ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନର ମାଲିକ ନିଜ ପରିସରର ସାମାଜିକ ଦୁରତ୍ୱକୁ ଗୁରୁତ୍ୱ ଦେବେ
• ଟ୍ୱିନସିଟିର ପୌର ଅଞ୍ଚଳ ବ୍ୟତୀତ କୌଣସି ସ୍ଥାନରେ ଦୋକାନ ଖୋଲିବା ମନା
• ଅନୁମତି ନମଳିଥିବା ଦୋକାନ ଖୋଲିବା ଉପରେ କଡ଼ା କଟକଣା
• ଗ୍ରାହକମାନେ ଦୋକାନରୁ କିଣାକିଣିବେଳେ ସାମାଜିକ ଦୂରତ୍ୱ ପାଳନ କରିବେ
• କୌଣସି ଗ୍ରାହକ ଏହାର ଉଲ୍ଲଂଘନ କଲେ ଜରିମାନା ଦେବେ
• ଯଦି ଦୋକାନ ବା ବାଣିଜ୍ୟିକ ପ୍ରତିଷ୍ଠାନର ମାଲିକଙ୍କ କଥା ଗ୍ରାହକମାନେ ସାମାଜିକ ଦୂରତ୍ୱ ନରଖନ୍ତି ସେମାନେ ପୋଲିସଙ୍କୁ ୧୦୦ ନମ୍ବରରେ ଜଣାଇପାରିବେ
• ସାମାଜିକ ଦୂରତ୍ୱ ଭାଙ୍ଗୁଥିବା ଗ୍ରାହକମାନଙ୍କୁ ଦୋକାନୀ ବୁଝାଇବେ
• ସବୁ ଦୋକାନୀ ଓ ବାଣିଜ୍ୟିକ ପ୍ରତିଷ୍ଠାନର ମାଲିକ ଏବଂ କର୍ମଚାରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
• ମାସ୍କ ପିନ୍ଧିନଥିବା ଗ୍ରାହକଙ୍କୁ ଦୋକାନ ମନା
• ଦୋକାନ ପରିସରରେ ଥିଲେ ଗ୍ରାହକଙ୍କୁ ମୁହଁରୁ ମାସ୍କ ଖୋଲିବା ମନା
• ସବୁ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ହାତ ଧୋଇବା ପାଇଁ ସାନିଟାଇଜରର ବ୍ୟବସ୍ଥା କରିବେ
• କୌଣସି ବ୍ୟକ୍ତି ବଜାର ଅଞ୍ଚଳରେ ଗୁଟୁଖା, ପାନ ଇତ୍ୟାଦି ପାଟିରେ ରଖି ଯିବେ ନାହିଁ ଏବଂ ବାହାରେ ଛେପ ପକାଇବେ ନାହିଁ

କୋଭିଡ୍-୧୯ ଅଧିନିୟମ ଅନୁସାରେ କମିଶନରେଟ୍ ପୋଲିସ ଏ.ଏସ.ଆଇ ଓ ଉପରିସ୍ଥ କର୍ମଚାରୀମାନଙ୍କୁ ଜୋରିମାନା ଆଦାୟ ପାଇଁ କ୍ଷମତା ଦେଇଛନ୍ତି । ଏପରିକି ଆସନ୍ତା କାଲିଠାରୁ କାର୍ଯ୍ୟକାରୀ କରିବ ।