ଖାଦ୍ୟରେ ଅପଦ୍ରବ କିମ୍ବା କେମିକାଲ ମିଶାଇଲେ ହେବ ଆଜୀବନ ଜେଲ୍ ! ଜାରିହେଲା ନୂଆ ଆଇନ ।

ଖାଦ୍ୟରେ ଅପଦ୍ରବ କିମ୍ବା କେମିକାଲ ମିଶାଇଲେ ହେବ ଆଜୀବନ ଜେଲ୍ ! ଜାରିହେଲା ନୂଆ ଆଇନ ।

image courtesy - http://www.thehealthsite.com

ଖାଦ୍ୟରେ ଅପଦ୍ରବ୍ୟ ମିଶ୍ରଣ କରୁଥିବା ଲୋକମାନଙ୍କ ପାଇଁ ସରକାର ବାହାରକଲେ ନୂଆ ଆଇନ । ଖାଦ୍ୟ ପଦାର୍ଥରେ କୌଣସି ପ୍ରକାର ଅପଦ୍ରବ୍ୟ କିମ୍ବା କେମିକାଲ ଭଳି ଜିନିଷ ମିଶ୍ରଣ କରୁଥିବା ଲୋକମାନଙ୍କୁ ସରକାର ଆଜୀବନ କାରାଦଣ୍ଡ ଦେବାର ଏକ ନୂଆ ଆଇନ ପ୍ରଣୟନ କରିଛନ୍ତି । ଫୁଡ ରେଗୁଲେଟର ଫୁଡ ସେପ୍ଟି ଆଣ୍ଡ ସ୍ଟାଣ୍ଡାଡ ଅଥୋରିଟି ଅଫ ଇଣ୍ଡିଆ (ଏଫଏସଏସଏଆଇ) ଖାଦ୍ୟ ସୁରକ୍ଷା ଆଇନକୁ ବଦଳାଇବା ପାଇଁ ପ୍ରସ୍ତାବ ଦେଇ ଖାଦ୍ୟରେ ମିଶ୍ରଣ କରୁଥିବା ଲୋକମାନଙ୍କୁ ଆଜୀବନ କାରାଦଣ୍ଡ ଦେବା ସହ ୧୦ ଲକ୍ଷ ଟଙ୍କା ଜୋରିମାନା ଦେବାର ଅନୁରୋଧ କରିଛନ୍ତି ।

publive-image

ଏଫଏସଏସଏଆଇଙ୍କ ପ୍ରସ୍ତାବ ଅନୁଯାୟୀ, ବିଦେଶକୁ ରପ୍ତାନୀ ହେଉଥିବା ଖାଦ୍ୟପଦାର୍ଥ ଉପରେ ମଧ୍ୟ ଏହି ଆଇନ୍ ଲାଗୁ କରାଯିବ । ପୂର୍ବରୁ ବାହାରକୁ ରପ୍ତାନୀ କରାଯାଉଥିବା ଖାଦ୍ୟପଦାର୍ଥ ଉପରେ ଏହି ନିୟମକୁ ଲାଗୁ କରାଯାଇନଥିଲା କିନ୍ତୁ ଏବେ ଏହି ନିୟମକୁ ଲାଗୁ କରାଯିବ । କେବଳ ସେତିକି ନୁହେଁ ଉପଭୋକ୍ତାଙ୍କ ପରିଭାଷାରେ ମଧ୍ୟ ପରିବର୍ତ୍ତନ ହେବ । ଏବଂ ପଶୁ ଖାଦ୍ୟରେ ମଧ୍ୟ ଏହି ଆଇନ ଲାଗୁ କରାଯିବ । ଫୁଡ ସେପ୍ଟିକୁ ଆହୁରି ମଜଭୁତ୍ କରିବା ପାଇଁ ସରକାର ଆଉ ଏକ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି । ଫୁଡ ଆଇଟମ ଗୁଡିକୁ ଯାଞ୍ଚ କରୁଥିବା ଲ୍ୟାବ ଗୁଡିକୁ ପାଞ୍ଚଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ପଡିବ । ଯଦି ଖାଦ୍ୟରେ ଅନ୍ୟ କୌଣସି କେମିକାଲ ଏବଂ ଜୀବାଣୁର ଆଶଂକା ମିଳେ ଏବଂ ଲ୍ୟାବ ଏହାକୁ ପାଞ୍ଚଦିନ ମଧ୍ୟ ଯାଞ୍ଚ ନକରିପାରେ ତେବେ ଲ୍ୟାବକୁ ଅଧିକରୁ ଅଧିକ ୧୦ ଦିନ ସମୟ ଦିଆଯିବ । ଏଫଏସଏସଏଆଇର ଏହି ଆଦେଶ କ୍ରମେ ଫୁଡ ସେପ୍ଟିକୁ ବଞ୍ଚାଇ ରଖିବାରେ ସାହାଯ୍ୟ ମିଳିବ । ଞ୍ଚ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe