ସେପ୍ଟେମ୍ବର ଗାଇଡଲାଇନ : ରାତି ୧୦ଟା ଯାଏଁ ଖୋଲିବ ଦୋକାନ-ବଜାର, ପାର୍ବଣ ଋତୁରେ ବଢିବ ବେପାର ।

432

କନକ ବ୍ୟୁରୋ : ସେପ୍ଟେମ୍ବର ମାସ ପାଇଁ ଆସିଲା କରୋନା ଗାଇଡଲାଇନ । ଏଣିକି ରାତି ୧୦ଟା ଯାଏଁ ଖୋଲା ରହିବ ଦୋକାନ ବଜାର । ନାଇଟକର୍ଫ୍ୟୁର ସମୟସୀମାରେ ପରିବର୍ତ୍ତନ ହେବା ପରେ ଦୋକାନ ବଜାର ରାତି ୧୦ଟା ଯାଏଁ ଖୋଲିବା ନେଇ ବାଟ ଫିଟିଛି । ପୂର୍ବରୁ ସନ୍ଧ୍ୟା ୮ଟା ପରେ ନାଇଟକର୍ଫ୍ୟୁ ଲାଗୁଥିବା କାରଣରୁ ଦୋକାନ ବଜାର ସନ୍ଧ୍ୟା ୮ଟା ଯାଏଁ ହିଁ ଖୋଲା ରହୁଥିଲା । କିନ୍ତୁ ନୂଆ ଗାଇଡଲାଇନରେ ନାଇଟକର୍ଫ୍ୟୁର ସମୟସୀମା ବଦଳିଛି । ତେଣୁ ପୂର୍ବରୁ ବଜାରରେ ଭିଡ ହେଉଥିବା ବେଳେ ଏବେ ତାହା କିଛି ମାତ୍ରାରେ କମିଯିବ । ସେହିଭଳି ପାର୍ବଣ ଋତୁରେ ଦୋକାନ ବଜାର ଖୋଲିବା ସମୟସୀମା ବଢାଇ ଜୀବନ ସହ ଜୀବିକାକୁ ମଧ୍ୟ ଗୁରୁତ୍ୱ ଦେଇଛନ୍ତି ସରକାର ।

ଏହି ନାଇଟକର୍ଫ୍ୟୁ ସମୟରେ ଜରୁରୀକାଳୀନ ସେବାକୁ ଅନୁମତି ମିଳିଛି ।  ନାଇଟକର୍ଫ୍ୟୁ ସମୟରେ ଓଲା ଓ ଉବେର ମଧ୍ୟ ଚାଲିପାରିବ । ଏପରିକି ଟ୍ରେନ ଓ ବସରେ କେଉଁଆଡେ ଯାଉଥିଲେ ଟ୍ରେନ୍ ଟିକେଟ ଦେଖାଇ ଯାଇପାରିବେ । ହୋମ ଡେଲିଭରୀ ହୋଇପାରିବ କିନ୍ତୁ ସାଧାରଣ ଚଳପ୍ରଚଳ ଉପରେ କଟକଣା ପୂର୍ବଭଳି ରହିବ ।