ଟିଭି ଚ୍ୟାନେଲଗୁଡ଼ିକ ପାଇଁ ନୂଆ ଗାଇଡଲାଇନ୍ : ଜାତୀୟ ସ୍ବାର୍ଥ ସମ୍ବଳିତ କାର୍ଯ୍ୟକ୍ରମ ପାଇଁ ଧାର୍ଯ୍ୟ କଲେ ସମୟସୀମା

Advertisment
ଟିଭି ଚ୍ୟାନେଲଗୁଡ଼ିକ ପାଇଁ ନୂଆ ଗାଇଡଲାଇନ୍ : ଜାତୀୟ ସ୍ବାର୍ଥ ସମ୍ବଳିତ କାର୍ଯ୍ୟକ୍ରମ ପାଇଁ ଧାର୍ଯ୍ୟ କଲେ ସମୟସୀମା

କନକ ବ୍ୟୁରୋ: ପ୍ରାୟ ୧୧ ବର୍ଷ ପରେ ଟିଭି ଚାନେଲଗୁଡ଼ିକ ପାଇଁ ସରକାର ଅପଲିଙ୍କିଙ୍ଗ ଓ ଡାଉନଲିଙ୍କିଙ୍ଗ ଗାଇଡଲାଇନକୁ ମଞ୍ଜୁର କରିଛନ୍ତି। ନୂଆ ଗାଇଡ୍ଲାଇନ୍ ଅନୁସାରେ ଟିଭି ଚାନେଲଗୁଡ଼ିକ ଜାତୀୟ ସ୍ବାର୍ଥ ଓ ଜାତୀୟ ଗୁରୁତ୍ବ ବହନ କରୁଥିବା ୩୦ ମିନିଟ୍ର କାର୍ଯ୍ୟକ୍ରମ ପ୍ରସାରଣ କରିବେ। ନୂଆ ଗାଇଡ୍ଲାଇନ୍ ଅନୁସାରେ ଟିଭି ଚାନେଲଗୁଡ଼ିକର ଅପ୍ଲିଙ୍କିଂ ଓ ଡାଉନ୍ଲିଙ୍କିଂ ପାଇଁ ଭାରତରେ ପଞ୍ଜୀକୃତ କମ୍ପାନି/ଏଲ୍ଏଲ୍ପିଗୁଡ଼ିକ ନିମନ୍ତେ ଅନୁମତି ପାଇବା ସୁବିଧାଜନକ ହେବ। ୧୧ ବର୍ଷ ତଳେ ୨୦୧୧ରେ ଶେଷଥର ପାଇଁ ଗାଇଡ୍ଲାଇନ୍ ସଂଶୋଧିତ ହୋଇଥିଲା। ଏଣିକି ଲାଇଭ୍ ଟେଲିକାଷ୍ଟ ପାଇଁ କୌଣସି ପ୍ରାକ୍-ଅନୁମତିର ଆବଶ୍ୟକତା ନାହିଁ। କେବଳ ଲାଇଭ୍ ଟେଲିକାଷ୍ଟ ପାଇଁ କାର୍ୟ୍ୟକ୍ରମର ପ୍ରାକ୍-ପଞ୍ଜୀକରଣର ଆବଶ୍ୟକତା ଅଛି।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସେକ୍ରେଟାରି ଅପୂର୍ବ ଚନ୍ଦ୍ର କହିଛନ୍ତି, ୧୧ ବର୍ଷ ପରେ ଆମେ ନୂଆ ଗାଇଡ୍ଲାଇନ୍ ଜାରି କରିଛୁ। ଏଥିପାଇଁ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ ନିଆଯାଇଛି। ‘ଇଜ୍ ଅଫ୍ ଡୁଇଂ ବିଜନେସ୍’ କ୍ଷେତ୍ରରେ ଅନେକ ଉନ୍ନତି କରାଯାଇଛି। ପ୍ରତ୍ୟେକ ଚାନେଲ ମହିଳା ସଶକ୍ତୀକରଣ, କୃଷି, ଶିକ୍ଷା ଆଦି ଜାତୀୟ ସ୍ବାର୍ଥ ସମ୍ବଳିତ ୩୦ ମିନିଟ୍ର କାର୍ୟ୍ୟକ୍ରମ ପ୍ରସାରଣ କରିବେ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe