ହଟିଲା ସପ୍ତାହାନ୍ତ ସଟଡାଉନ୍ । ବଦଳିଲା ନାଇଟ୍ କର୍ଫ୍ୟୁ ସମୟ, ସେପ୍ଟେମ୍ବର ମାସ ପାଇଁ ନୂଆ ଗାଇଡଲାଇନ୍ ଜାରି କଲେ ରାଜ୍ୟ ସରକାର ।

2,314

କନକ ବ୍ୟୁରୋ : ଆସିଲା ସେପ୍ଟେମ୍ବର ଗାଇଡଲାଇନ୍ । ଆସନ୍ତା ସେପ୍ଟେମ୍ବର ମାସ ପାଇଁ କରୋନା କଟକଣାକୁ କୋହଳ କରିଛନ୍ତି ରାଜ୍ୟ ସରକାର । ତିନୋଟି ଜିଲ୍ଲାରେ ଜାରି ରହିଥିବା ସପ୍ତାହାନ୍ତ ସଟଡାଉନକୁ ହଟାଇ ଦେଇଛନ୍ତି ସରକାର । ଏହି ଜିଲ୍ଲାଗୁଡିକ ହେଲା ଭୁବନେଶ୍ୱର, କଟକ ଏବଂ ପୁରୀ ।

ସେହିପରି ନାଇଟ୍ କର୍ଫ୍ୟୁ ସମୟରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ପୂର୍ବରୁ ରାତି ୮ଟାରୁ ନାଇଟ୍ କର୍ଫ୍ୟୁ ଅବଧି ଆରମ୍ଭ ହେଉଥିବା ବେଳେ ଏହି ସମୟକୁ ରାତି ୧୦ଟାକୁ ଘୁଞ୍ଚାଇ ଦେଇଛନ୍ତି ସରକାର । ଅର୍ଥାତ ସେପ୍ଟେମ୍ବର ମାସରେ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରହିବ ରାତ୍ରୀକାଳୀନ କର୍ଫ୍ୟୁ ।

ସେପ୍ଟେମ୍ବର ମାସର ଗାଇଡଲାଇନ ନେଇ ସୂଚନା ଦେଇଛନ୍ତି ଏସଆରସି । ସକାଳ ୫ଟାରୁ ରାତି ୧୦ଟା ଯାଏଁ ଖୋଲିପାରିବ ସମସ୍ତ ମଲ୍ ଏବଂ ଦୋକାନ ବଜାର । ତେବେ ଧାର୍ମିକ ଏବଂ ରାଜନୈତିକ ସମାବେଶ ଉପରେ କଟକଣା ଜାରି କରାଯାଇଛି । ସେହିପରି ସେପ୍ଟେମ୍ବର ମାସରେ ପ୍ରଦର୍ଶନୀ ଏବଂ ବାଣିଜ୍ୟ ମେଳାକୁ ବାରଣ କରାଯାଇଛି ।