ଆଉ କିଛି ସମୟ ପରେ ଆସିବ ନୂଆ କରୋନା ଗାଇଡଲାଇନ୍ । ନାଇଟ୍ କର୍ଫ୍ୟୁ ଓ ସ୍କୁଲ ଖୋଲିବା ନେଇ ସରକାରଙ୍କ ନିଷ୍ପତ୍ତି ଉପରେ ନଜର ।

261

କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣ କମୁଥିବା ବେଳେ ଆଉ କିଛି ସମୟ ଭିତରେ ଆସିବ ନୂଆ ଗାଇଡଲାଇନ । ନାଇଟ କର୍ଫ୍ୟୁ ଓ ସ୍କୁଲ ଖୋଲିବା ନେଇ ସରକାରଙ୍କ ନିଷ୍ପତ୍ତି ଉପରେ ରହିଛି ସମସ୍ତଙ୍କ ନଜର । ପାର୍ବଣ ବେଳେ ସରକାର ନୂଆ ଗାଇଡଲାଇନରେ କ’ଣ ଆଣିବେ ତାରି ଉପରେ ଦୃଷ୍ଟି ରହିଛି ।

ସେପ୍ଟେମ୍ବରରେ ଜାରି କରାଯାଇଥିବା ଗାଇଡଲାଇନରେ ରାଜ୍ୟର ଗ୍ରାମାଞ୍ଚଳରୁ ନାଇଟ୍ କର୍ଫ୍ୟୁ ହଟାଯାଇଥିଲା । କିନ୍ତୁ କେବଳ ପୌରାଞ୍ଚଳ ଓ ସହରାଞ୍ଚଳରେ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ରହିଛି । ତେବେ ପୌରାଞ୍ଚଳରୁ ନାଇଟ କର୍ଫ୍ୟୁ ହଟିବ କି ତା ଉପରେ ରହିଛି ନଜର । ସେପ୍ଟେମ୍ବର ଗାଇଡଲାଇନରେ ଜୀବନ-ଜୀବିକାକୁ ଗୁରୁତ୍ୱ ଦେଇ ଅନଲକ୍ ପ୍ରକ୍ରିୟାକୁ ଆଉ ଗୋଟିଏ ପାଦ ଆଗକୁ ନେଇଥିଲେ ରାଜ୍ୟ ସରକାର । ଏବେ ପୁଣି ଅକ୍ଟୋବର ମାସ ପାଇଁ ନୂଆ ଗାଇଡଲାଇନ ଆସିବ ।