କନକ ବ୍ୟୁରୋ : ଓମିକ୍ରନ ବ୍ୟାପିବା ଭିତରେ ରାଜ୍ୟ ସରକାର ବଡଦିନ ଓ ନୂଆବର୍ଷ ପାଇଁ ନୂଆ ଗାଇଡଲାଇନ ଜାରି କରିଛନ୍ତି । ଆସନ୍ତା ୨୫ ଡିସେମ୍ବରରୁ ଜାନୁଆରୀ ୨ ପର୍ଯ୍ୟନ୍ତ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର । ତେବେ ନୂଆ ଗାଇଡଲାଇନରେ ବାହାଘରକୁ ନେଇ ବଡ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ବାହାଘର ବ୍ୟତୀତ ଅନ୍ୟ ସମସ୍ତ ଉତ୍ସବ ପାଳନ ଉପରେ ରୋକ ଲଗାଇଛନ୍ତି ସରକାର । ସେହିଭଳି ବାହାଘର ହେଉଥିଲେ ମଧ୍ୟ ରିସେପସନ ପାର୍ଟି ଉପରେ କଟକଣା ଲଗାଯାଇଛି ।

Advertisment

ବାହାଘରକୁ ଅନୁମତି ମିଳିଥିଲେ ମଧ୍ୟ ଭୋଜିଭାତ ଉପରେ ରୋକ ଲଗାଯାଇଛି । କୌଣସି ସାମୁହିକ ଭୋଜି ଆୟୋଜନ ଉପରେ କଟକଣା ଲଗାଯାଇଥିବା ବେଳେ ବାହାଘରରେ ଭିଡ଼ ନ କରିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି । ଏହାବାଦ୍ କୋଭିଡ ଗାଇଡଲାଇନ ଅନୁଯାୟୀ, ଅନ୍ତ୍ୟେଷ୍ଟ୍ରି କ୍ରିୟା କରାଯାଇପାରିବ ବୋଲି କୁହାଯାଇଛି ।

ଏହାବାଦ୍ ବଡଦିନ ଓ ନୂଆବର୍ଷ ପାଇଁ ଯେଉଁ ଗାଇଡଲାଇନ ଅଣାଯାଇଛି ସେଥିରେ କେବଳ ଚର୍ଚ୍ଚରେ ବଡଦିନ ପାଳିବାକୁ କୁହାଯାଇଛି ।ବଡଦିନ ପାଳନରେ କେବଳ ୫୦ ଜଣଙ୍କୁ ଅନୁମତି ମିଳିବ । ଜିରୋ ନାଇଟ ସେଲିବ୍ରେସନ ସମ୍ପୂର୍ଣ୍ଣ ବନ୍ଦ ରହିବ । ହୋଟେଲ, କ୍ଲବ,ରେଷ୍ଟୁରାଣ୍ଟରେ ସମ୍ପୂର୍ଣ୍ଣ ନୂଆବର୍ଷ ପାଳନ ବନ୍ଦ ରହିବ । ପାର୍କ,କନଭେସନ ହଲ ଓ କଲ୍ୟାଣ ମଣ୍ଡପରେ ନୂଆବର୍ଷ ପାଳନ ଉପରେ କଟକଣା ଲଗାଯାଇଛି ।

ଏହାବାଦ୍ ସାମୁହିକ ଭୋଜି ଉପରେ ଲାଗିଲା କଟକଣା । କେବଳ ବାହାଘର ହୋଇପାରିବ, କିନ୍ତୁ ଭୋଜିଭାତ ମନା । ଭିଡ ଓ ସମାବେଶ ଉପରେ କଟକଣା ଲାଗୁ ରହିବ ସାମାଜିକ ରାଲି, ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ କଟକଣା ରହିଥିବା ବେଳେ ନାଚଗୀତ, ଅର୍କେଷ୍ଟ୍ରା ଉପରେ କଟକଣା ଜାରି କରିଛନ୍ତି ସରକାର ।