କନକ ବ୍ୟୁରୋ: ଏଣିକି ବିଦେଶରୁ ଭାରତ ଫେରୁଥିବା ଯାତ୍ରୀଙ୍କ ପାଇଁ କୋହଳ ହେଲା କରୋନା କଟକଣା । ଭାରତ ତଥା ବିଦେଶରେ କରୋନାର ପ୍ରଭାବ ହ୍ରାସ ପାଉଥିବା କୁ ଦୃଷ୍ଟିରେ ରଖି ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ଜାରି କରିଛନ୍ତି ନୂଆ ଗାଇଡ ଲାଇନ୍ । ଏହି ଗାଇଡଲାଇନ୍ ଅନୁଯାୟୀ  ବିଦେଶ ଫେରନ୍ତାଙ୍କ ପାଇଁ ଆଉ ରହିବନି ଦୀର୍ଘଦିନର କ୍ୱାରେଣ୍ଟାଇନ୍ କଟକଣା । ଏହା ସହ ଅନ୍ୟ କିଛି କଟକଣା ମଧ୍ୟ ରହିଛି ।

Advertisment

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନୂଆ ଗାଇଡଲାଇନ୍ ମୁତାବକ, ଏଣିକିି ବିଦେଶଫେରନ୍ତା ଆଉ କ୍ୱାରେଣ୍ଟାଇନରେ ନରହି ବରଂ ୧୪ ଦିନ ପାଇଁ ସ୍ୱତତ୍ତ୍ୱାବଧାନରେ ରହିବେ । ପୂର୍ବରୁ କରୋନା ଓ ଓମିକ୍ରନ୍ ପାଇଁ ଯେଉଁ ଦେଶ ଗୁଡିକୁ ‘ଆଟ୍ ରିସ୍କ’ ବୋଲି ଘୋଷଣା କରାଯାଇଥିଲା ତାହା ଆଉ ରହିବ ନାହିଁ । ବିଦେଶରୁ ଫେରୁଥିବା ଯାତ୍ରୀଙ୍କ ମଧ୍ୟରୁ ୨ ପ୍ରତିଶତ ଯାତ୍ରୀଙ୍କର ସାମ୍ପୁଲ ଟେଷ୍ଟ କରାଯିବ । ବିମାନରେ ଯାତ୍ରା କରିବା ପୁର୍ବରୁ ତାଙ୍କୁ ଏପରି କରିବାକୁ ପଡିବ । ଏହି ଟେଷ୍ଟ ରିପୋର୍ଟକୁ ଏୟାରପୋର୍ଟରେ ଦାଖଲ କରିବାକୁ ପଡିବ । ଏହାସହ ଟିକାର ସମସ୍ତ ଡୋଜ୍ ନେଇଥିବା ପ୍ରମାଣପତ୍ରକୁ ମଧ୍ୟ ଏୟାରପୋର୍ଟରେ ଦାଖଲ କରିବାକୁ ପଡିବ ।