କଡା କଟକଣା ଲଗାଇଲେ କେନ୍ଦ୍ରସରକାର । ୧୬ବର୍ଷରୁ କମ ବୟସର ପିଲା ଯାଇପାରିବେନି କୋଚିଂ ସେଂଟର

430

କନକ ବ୍ୟୁରୋ : ୧୬ ବର୍ଷରୁ କମ୍ ବୟସର ପିଲା ଯାଇପାରିବେନି କୋଚିଂ ସେଂଟର । ଏ ସଂପର୍କରେ ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର । ସାରାଦେଶରେ ଛତୁ ଫୁଟିଲା ଭଳି କୋଚିଂ ସେଂଟର ଖୋଲାଯାଉଛି । ଯାହା ଉପରେ ସରକାରଙ୍କ ନିୟନ୍ତ୍ରଣ ରହୁନାହିଁ ।

– କୋଚିଂ ସେଂଟର ଯାଇପାରିବେନି ୧୬ ବର୍ଷରୁ କମ୍ ବୟସର ଛାତ୍ରଛାତ୍ରୀ
– ମାଧ୍ୟମିକ ଶିକ୍ଷା ସମାପ୍ତ ପରେ ଯାଇପାରିବେ କୋଚିଂ ସେଂଟର
– ଭଲ ର୍ୟାଙ୍କ ମିଳିବାର ଗ୍ୟାରେଂଟି ଦେଇପାରିବେନି କୋଚିଂ ସେଂଟର
– ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଦେଇ ପାରିବେନି ବିଭ୍ରାନ୍ତିକର ପ୍ରତିଶ୍ରୁତି
– ଅଣଗ୍ରାଜୁଏଟ୍ ଶିକ୍ଷକଙ୍କୁ କୋଚିଂ ସେଂଟର ଦେଇପାରିବେନି ନିଯୁକ୍ତି
– ବିନା ସ୍ୱୀକୃତିରେ କୋଚିଂ ସେଂଟର ଖୋଲି ପ୍ରଚୁର ଟଙ୍କା ଆଦାୟ କରାଯାଉଛି
– ଅକୃତକାର୍ଯ୍ୟ ଛାତ୍ରଛାତ୍ରୀ ଆତ୍ମହତ୍ୟା ଭଲି ଚରମ ପଦେକ୍ଷପ ନେଉଛନ୍ତି
– ତେଣୁ ନିୟମ ନମାନିଲେ ଜୋରିମାନା ବ୍ୟବସ୍ଥା କରାଯାଇଛି
– ୧ ଲକ୍ଷ ଟଙ୍କା ଯାଏଁ ଜରିମାନା କିମ୍ବା ପଞ୍ଜିକରଣ ବାତିଲ ହୋଇପାରେ
– ନିର୍ଦ୍ଦେଶନାମାର ୩ ମାସ ମଧ୍ୟରେ ପଞ୍ଜିକୃତ ହେବେ ସମସ୍ତ କୋଚିଂ ସେଂଟର
– କେନ୍ଦ୍ରର ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବେ ରାଜ୍ୟ ସରକାର