କନକ ବ୍ୟୁରୋ : କୋଚିଂ ସେଣ୍ଟରକୁ ନେଇ କେନ୍ଦ୍ର ସରକାର ଏକ ନୂଆ ଗାଇଡଲାଇନ ଜାରି କରିଛନ୍ତି । ଏହି ଗାଇଡଲାଇନରେ ବିଶେଷ ଭାବେ ୧୬ ବର୍ଷରୁ କମ୍ ବୟସର ପିଲାଙ୍କୁ କୋଚିଂ ସେଣ୍ଟର ଯିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହାସହ କୋଚିଂ ସେଣ୍ଟରଗୁଡିକ ଉପରେ ମଧ୍ୟ କଡା ଆଭିମୁଖ୍ୟ ଦେଖାଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାର ଆଣିଥିବା ଗାଇଡଲାଇନରେ କୁହାଯାଇଛି କି, କୌଣସି କୋଚିଂ ସେଣ୍ଟର ତରଫରୁ ଲୋଭ ଦେଖାଇ ପିଲାମାନଙ୍କୁ ପିଲାମାନଙ୍କୁ ଆକର୍ଷିତ କରିପାରିବେ ନାହିଁ । ସମସ୍ତ ଛାତ୍ରଛାତ୍ରୀ ମାଧ୍ୟମିକ ଶିକ୍ଷା ଶେଷ ପରେ କୋଚିଂ ନେଇପାରିବେ ।
ସେପଟେ କୋଚିଂ ସେଣ୍ଟରରେ ଗ୍ରାଜୁଏସନ ଠାରୁ କମ୍ ଶିକ୍ଷାପ୍ରାପ୍ତ କୌଣସି ଶିକ୍ଷକ ରହିପାରିବେ ନାହିଁ । ଏହାସହ ଭଲ ରାଙ୍କ ଓ ଭଲ ମାର୍କ ନେଇ କୌଣସି ଲୋଭନୀୟ ପ୍ରତିଶ୍ରୁତି ଦେଇପାରିବେ ନାହିଁ କୋଚିଂ ସେଣ୍ଟର ମାଲିକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/01/3-22.jpg)