କନକ ବ୍ୟୁରୋ : ଅଗଷ୍ଟ ମାସ ପାଇଁ କଟକଣାରେ ସାମାନ୍ୟ କୋହଳ କରିଛନ୍ତି ରାଜ୍ୟ ସରକାର । ଆସନ୍ତା ଅଗଷ୍ଟ ୧ ତାରିଖରୁ ସନ୍ଧ୍ୟା ୫ ପରିବର୍ତ୍ତେ ଏଣିକି ରାତି ୮ଟା ଯାଏଁ ଖୋଲିପାରିବ ଦୋକାନବଜାର । ରାତି ୮ଟାରୁ ସକାଳ ୬ଟା ଯାଏଁ ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ କଟକଣା ବଳବତ୍ତର ରହିବ । ସେହିପରି କେବଳ ଭୁବନେଶ୍ୱର, କଟକ ଏବଂ ପୁରୀ ଜିଲ୍ଲାରେ ବଳବତ୍ତର ରହିବ ସପ୍ତାହନ୍ତ ସଟଡାଉନ୍ ।

Advertisment

ଜୀବନ-ଜୀବିକାକୁ ଗୁରୁତ୍ୱ ଦେଇ ଅଗଷ୍ଟ ମାସ ପାଇଁ କଟକଣା କୋହଳ କରିଛନ୍ତି ରାଜ୍ୟ ସରକାର । କେତୋଟି ଜିଲ୍ଲାରେ ସଂକ୍ରମଣ ହାର ଅଧିକ ରହିଥିବାରୁ ସମ୍ପୂର୍ଣ୍ଣ ଅନଲକ୍ କରିନାହାନ୍ତି ସରକାର । ତେବେ ପୂର୍ବରୁ ମଲ୍ ଗୁଡିକ ବନ୍ଦ ରହିଥିବା ବେଳେ ଅଗଷ୍ଟ ମାସରେ କଟକଣା ସହ ଖୋଲିପାରିବ ରାଜ୍ୟର ସମସ୍ତ ମଲ୍ । ସେହିପରି ସିନେମା ହଲ୍, ଥିଏଟର ଗୁଡିକ ମଧ୍ୟ ୫୦ ପ୍ରତିଶତ ଦର୍ଶକ କ୍ଷମତାରେ ଖୋଲିବାକୁ ଅନୁମତି ଦିଆଯାଇଛି । ଆସନ୍ତା ସେପ୍ଟେମ୍ବର ୧ ତାରିଖ ସକାଳ ୬ଟା ଯାଏଁ ଏହି ନୂଆ ନିୟମ ବଳବତ୍ତର ରହିବ ।