ଡିଜି ଲଗାଇଲେ ଲଗାମ ! ପାର୍ଲର ନାଁରେ ହୋଇପାରିବନି ସେକ୍ସ କାରବାର

Advertisment
ଡିଜି ଲଗାଇଲେ ଲଗାମ ! ପାର୍ଲର ନାଁରେ ହୋଇପାରିବନି ସେକ୍ସ କାରବାର

କନକ ବ୍ୟୁରୋ : ହୋଟେଲ, ଲଜ୍, ମସାଜ ପାର୍ଲର ଓ ସ୍ପାରେ ଚାଲିଥିବା ଅନୈତିକ କାରବାର ଉପରେ ଲଗାମ ଲଗାଇଲେ ଡିଜି । ମସାଜ ପାର୍ଲର କିମ୍ବା ସ୍ପା ଆଳରେ ଆଉ ବେଆଇନ୍ କାମ ଚାଲିପାରିବନି ବୋଲି ଗାଇଡଲାଇନ୍ ଜାରି ହୋଇଛି । ଏନେଇ ସମସ୍ତ ଏସ୍ପି ଓ ପୁଲିସ କମିସନରଙ୍କୁ ଚିଠି ଲେଖିଛନ୍ତି ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା । ଏଥିସହ ହୋଟେଲରେ ସନ୍ଦିଗ୍ଧ କାର୍ଯ୍ୟକଳାପ ପାଇଁ ମଧ୍ୟ ସଜାଗ ହୋଇଛି ଓଡିଶା ପୋଲିସ ।

ସବୁ ଜିଲ୍ଲା ଏସପି, ପୋଲିସ କମିଶନରେଟକୁ ଡିଜି ଲେଖିଥିବା ଚିଠିରେ ଉଲ୍ଲେଖ ଅଛି

- ମସାଜ ପାର୍ଲର୍ କିମ୍ବା ସ୍ପା ଆଳରେ ଆଉ ବେଆଇନ୍ କାମ ଚାଲିପାରିବନି । ହୋଟେଲ, ଲଜ୍ କିମ୍ବା ଗେଷ୍ଟ ହାଉସର ମାଲିକ ଏହାକୁ ନିଶ୍ଚିତ କରିବେ

ଖାଲି ଏତିକି ନୁହେଁ, ସନ୍ଦିଗ୍ଧ କାର୍ଯ୍ୟକଳାପ ପାଇଁ ମଧ୍ୟ ସଜାଗ ହୋଇଛି ଓଡିଶା ପୋଲିସ । ଜାରି ହୋଇଥିବା ଗାଇଡଲାଇନରେ କୁହାଯାଇଛି

- ହୋଟଲରେ ରହୁଥିବା ଲୋକଙ୍କର ସଠିକ ପରିଚୟ ନିଶ୍ଚିତ କରାଅ । କୈାଣସି ସନ୍ଦିଗ୍ଧ କାର୍ଯ୍ୟକଳାପ ନଜରକୁ ଆସିଲେ ତୁରନ୍ତ ପୋଲିସକୁ ଖବର ଦିଅ

- ସରାଇ ଆକ୍ଟ ଅନୁସାରେ ହୋଟେଲର ପଂଜୀକରଣ ଓ ସମୟ ଅନୁସାରେ ନବୀକରଣ

- ହୋଟେଲ ପରିସରରେ ଅର୍ଥାତ୍ ପ୍ରବେଶ, ପ୍ରସ୍ଥାନ, କରିଡର୍, ପାର୍କିଂ ଏରିଆରେ ସିସିଟିଭି ବାଧ୍ୟତାମୁଳକ 

- ସଠିକ ସମୟରେ କିଭଳି ବାର୍ ବନ୍ଦ ହେବ, ତାକୁ ନିଶ୍ଚିତ କରିବା

- ଅଗ୍ନି ନିର୍ବାପନ ବ୍ୟବସ୍ଥା ସହ ଫାୟାର ସେଫଟି ଡ୍ରିଲ୍କୁ ବାଧ୍ୟତାମୁଳକ କରାଯାଇଛି

ଦେଶର ବିଭିନ୍ନ ପ୍ରାନ୍ତରେ ସନ୍ଦିଗ୍ଧ କାର୍ଯ୍ୟକଳାପ ବଢିଚାଲିଥିବା ବେଳେ ରାଜ୍ୟ ପୋଲିସ ବିଭାଗ ମୁଖିଆଙ୍କ ଏହି ଗାଇଡଲାଇନ ଅନେକ ଗୁରୁତ୍ୱ ବହନ କରୁଛି କାରଣ ଅତୀତରେ ରାଜ୍ୟର ବିଭିନ୍ନ ସ୍ଥାନରେ ପରିଚୟ ଗୋପନ ରଖି ଲୋକ ଲୁଚିଥିବାର ନଜିର ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe