କନକ ବ୍ୟୁରୋ: ଏବେ ମୁଢି ଉପରେ ବି ଲାଗିବ ଜିଏସଟି । ଏ ନେଇ ଜିଏସଟି ବୈଠକରେ ନିଷ୍ପତି ନିଆଯାଇଛି । ଅଣବ୍ରାଣ୍ଡେଡ ଖାଦ୍ୟ ସାମଗ୍ରୀ ଉପରେ ଏଭଳି ୫% ପ୍ରତିଶତ ଜିଏସଟି ଲାଗିବ । ମୁଢି, ଚୂଡା, ଖଇ, ଲିଆକୁ ପ୍ୟାକିଙ୍ଗ କରି ବିକିଲେ ୫ ପ୍ରତିଶତ ଜିଏସଟି ଲାଗିବ । ରାଜ୍ୟରେ ମୁଢି ଏକ ପ୍ରିୟ ଖାଦ୍ୟ । ମୟୁରଭଞ୍ଜ, ବାଲେଶ୍ୱର ଭଦ୍ରକ ସହ ଉପକୂଳବର୍ତୀ ଜିଲ୍ଲାରେ ମୁଢିକୁ ପ୍ରମୁଖ ଖାଦ୍ୟ ଭାବେ ନିଆଯାଏ । ଅନେକ ଲୋକ ଜଳିଖିଆରେ ମୁଢିକୁ ବ୍ୟବହାର କରିଥାନ୍ତି ।

Advertisment

ଏପରିକି ମୟ୍ରୁ୍ରରଭଞ୍ଜରେ ମୁଢି ସହ ମାଂସକୁ ବି ପ୍ରିୟ ଖାଦ୍ୟ ଭାବେ ନିଆଯାଇଥାଏ । କିନ୍ତୁ ଏବେ ମୁଢିର ପ୍ୟାକିଂ ଉପରେ ୫ ପ୍ରତିଶତ ଜିଏସଟି ଲାଗିବାକୁ ନିଷ୍ପତି ନିଆଯିବା ପରେ ଦର ବଢିବା ଏକ ପ୍ରକାର ନିଶ୍ଚିତ ହୋଇଛି । ଏହାଛଡା କ୍ଷୀର, ଦହି, ଗୁଡ ବି ଜିଏସଟି ଲାଗିବାକୁ ନିଷ୍ପତି ହୋଇଛି ।