ଶ୍ରୀ ଲିଙ୍ଗରାଜଙ୍କୁ ଦର୍ଶନ କଲେ ନୂୂଆ ରାଜ୍ୟପାଳ ରଘୁବର ଦାସ  । ଶପଥ ପୂର୍ବରୁ ଭୋଳାବାବାଙ୍କ ଆଶିଷ ନେଲେ  । ଦିନ ୧୧ଟା ୪୫ରେ ନେବେ ଶପଥ  । 

106

କନକ ବ୍ୟୁରୋ: ଆଜି ରାଜ୍ୟକୁ ମିଳିବ ନୂଆ ରାଜ୍ୟପାଳ । ରାଜ୍ୟର ୨୬ତମ ରାଜ୍ୟପାଳ ଭାବରେ ଶପଥ ଗ୍ରହଣ କରିବେ ରଘୁବର ଦାସ । ଶପଥ ଗ୍ରହଣ ପୂର୍ବରୁ ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି ରଘୁବର ଦାସ । ଦିନ ୧୧ ଟା ୪୫ରେ ନୂଆ ରାଜ୍ୟପାଳଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ଏହାପୂର୍ବରୁ ସେ ଗତକାଲି ପୁରୀ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି । ଆଉ ପରେ ରାଜଭବନରେ ପହଞ୍ଚିବା ପରେ ନୂଆ ରାଜ୍ୟପାଳଙ୍କୁ ସ୍ୱାଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।