କନକ ବ୍ୟୁରୋ: ଆଗାମୀ ୨୨ତାରିଖରେ ବିଧାନସଭାର ବଜେଟ ଅଧିବେସନ। ଆଉ ୨୫ତାରିଖରେ ବଜେଟ ଉପସ୍ଥାପନ ହେବ। ଏହାରି ଭିତରେ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେଉଛି, ଲୋକାଭିମୁଖୀ ଯୋଜନା ଗୁଡ଼ିକୁ ଚାଲୁ ରଖିବା। ପୁଣି ଯେଉଁ ପ୍ରତିଶ୍ରୁତି ଦେଇ ବିଜେପି ସରକାର କ୍ଷମତାକୁ ଆସିଛନ୍ତି, ତା ପାଇଁ ବଜେଟ ବ୍ୟବସ୍ଥା କରିବାକୁ ପଡ଼ିବ। ତେଣୁ କିଛି କେନ୍ଦ୍ରୀୟ ଯୋଜନା ସହିତ ରାଜ୍ୟ ଯୋଜନାକୁ ମିଶାଇବା ପାଇଁ ଯୋଜନା କରିପାରନ୍ତି ସରକାର। ସେହିପରି କିଛି ଯୋଜନାକୁ ବନ୍ଦ କରିବାର ନିଷ୍ପତି ନେଇପାରନ୍ତି।

Advertisment

ଆଗାମୀ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ବଜେଟ ଅଧିବେଶନ । ୨୫ ତାରିଖରେ ବଜେଟ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ତଥା ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୋହନ ମାଝୀ । କେତେ ପ୍ରତିଶୃତି ପାଳନ କରିବେ ନୂଆ ସରକାର । କାରଣ ନିର୍ବାଚନ ସମୟରେରେ ଅନେକ ପ୍ରତିଶୃତିର ପାହାଡ ଛିଡା କରିଥିଲା ବିଜେପି । ୨୦୨୪-୨୫ ଆର୍ଥୀକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟର ପରିମାଣ ପ୍ରାୟ ୨ ଲକ୍ଷ ୫୦ ହଜାର କୋଟି । ଯଦି ଦିଆଯାଇଥିବା ବଡ ବଡ ପ୍ରତିଶ୍ରୁତି ସମ୍ପୂର୍ଣ୍ଣ ପାଳନ କରାଯାଏ ତାହା ହେଲେ ବଜେଟ ପରିମାଣ ଦୁଇଗୁଣା ହୋଇଯିବ । ହେଲେ ଏତେ ସମ୍ୱଳ କେଉଁଠୁ ଆସିବ । ଏହାକୁ ନେଇ ଚିନ୍ତାରେ ଅର୍ଥ ବିଭାଗ ।

ଗୋଟିଏ ପଟେ ସରକାରଙ୍କ ନୂଆ ସ୍କିମ ଲାଗୁ କରିବା, ଅନ୍ୟପଟେ ପୁରୁଣା ଯୋଜନା ଚାଲୁ ରଖିବା ବଡ ଚ୍ୟାଲେଞ୍ଜ ହେବ । କୁହାଯାଉଛି ପୂର୍ବ ସରକାରଙ୍କ କିଛି ଯୋଜନା କେନ୍ଦ୍ର ଯୋଜନାରେ ସାମିଲ କରିବା ନେଇ ଚିନ୍ତା କରୁଛନ୍ତି ମୋହନ ସରକାର ।

ମିଶିଯିବ ସ୍କିମ!
ପିଏମ କିଷାନ- କାଳିଆ
ଆୟୁଷ୍ମାନ- ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ
ପିଏମ ମାତୃ ବନ୍ଦନା- ମମତା ଯୋଜନା

କେମିତି ଲାଗୁ ହେବ ନୂଆ ସ୍କିମ, ପାଣ୍ଠିକୁ ନେଇ ଚିନ୍ତାରେ ସରକାର । କାରଣ ସୁଭଦ୍ରା, ଧାନର ଏମଏସପି ଓ ଭତ୍ତା ବୃଦ୍ଧି ପ୍ରତିଶୃତି ପାଳନ ପାଇଁ କ୍ୟାବିନେଟରେ ନିଷ୍ପତି ହୋଇସାରିଛି ।

ନୂଆ ସ୍କିମ: ପାଣ୍ଠିକୁ ନେଇ ଚିନ୍ତାରେ ସରକାର!
ସୁଭଦ୍ରା ପାଇଁ ପ୍ରାୟ ୭୫ ହଜାର କୋଟି
ଏମଏସପି ବୃଦ୍ଧି ପାଇଁ ୬ ହଜାର କୋଟି
ବାର୍ଦ୍ଧକ୍ୟ ଭତ୍ତା ପାଇଁ ୨୦ ହଜାର କୋଟି

ଟଙ୍କା ଖର୍ଚ୍ଚ ହେବ । ଏହାବାଦ ପୂର୍ବ ସରକାରଙ୍କ କିଛି ଯୋଜନା ବନ୍ଦ କରିବାକୁ ନିଷ୍ପତ୍ତି ନେଇପାରନ୍ତି ସରକାର । ଏବେ ୨ ମାସ ପାଇଁ ଲେଖାନୁଦାନ ଆଣିବାକୁ ଯାଉଛନ୍ତି ମୋହନ ସରକାର । ଜୁଲାଇ ୨୩ରେ କେନ୍ଦ୍ର ବଜେଟ ଆସିବା ପରେ, କେନ୍ଦ୍ରୀୟ ଅନୁଦାନକୁ ଲକ୍ଷ୍ୟ କରି ପୂର୍ଣ୍ଣାଙ୍ଗ ବଜେଟ୍ ଆଣିବାକୁ ରୂପରେଖ ସ୍ଥିର କରିବେ ।