ମରୁଡିର ସାମନା କରୁଥିବା କର୍ଣ୍ଣାଟକକୁ ପ୍ୟାକେଜ ମଂଜୁରୀ ପାଇଁ କେନ୍ଦ୍ରରେ ନୂଆ ସରକାର ଆସିବାକୁ ଅପେକ୍ଷା କରିବାକୁ ପଡିବ । ସୂତ୍ରରୁ ଏହା ଜଣାପଡିଛି । କେନ୍ଦ୍ର ସରକାରଙ୍କ ଏକ ଦଳ ମରୁଡି କାରଣରୁ ରବି ଫସଲକୁ ହୋଇଥିବା କ୍ଷତିର ଆକଳନ କରିସାରିଛି ଏବଂ କେନ୍ଦ୍ର କୃଷି ମନ୍ତ୍ରାଳୟକୁ ଏହାର ବିସ୍ତୃତ ରିପୋର୍ଟ ଦିଆସରିଛି । ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଦେଇଥିବା ଏହି ରିପୋର୍ଟରେ ୨,୦୬୪ କୋଟି ଟଙ୍କାର ବିତ୍ତୀୟ ସହାୟତାର ଦାବି କରିଥିଲେ । ଯଦ୍ୱାରା ମରୁଡିର ସାମନା କରୁଥିବା କୃଷକଙ୍କ ସହାୟତା କରାଯାଇପାରିବ ।
ସୂଚନାଯୋଗ୍ୟ, ଏକ କେନ୍ଦ୍ରୀୟ ଦଳ ରିପୋର୍ଟ ଦେଇସାରିଛି ଏବଂ ଗୃହ ମନ୍ତ୍ରାଳୟର ଉଚ୍ଚ ସ୍ତରୀୟ କମିଟିକୁ ଏହା ଉପରେ ନିର୍ଣ୍ଣୟ କରିବାକୁ ପଡିବ । ଆଦର୍ଶ ଆଚରଣ ବିଧି କେନ୍ଦ୍ର ସରକାରଙ୍କୁ ଉଚ୍ଚ ସ୍ତରୀୟ ବୈଠକ ଆୟୋଜିତ କରିବାକୁ ରୋକେନି କିନ୍ତୁ ଜଣାପଡୁଛି ଯେ ବୈଠକ ନୂଆ ସରକାର ଗଠନ ପରେ ହିଁ ହେବ । କର୍ଣ୍ଣାଟକର ୩୦ଟି ଜିଳ୍ଲାର ୧୫୬ ଅଂଚଳକୁ ମରୁଡିଗ୍ରସ୍ତ ଅଂଚଳ ଘୋଷଣା କରିସାରିଛି ଓ ଏମଧ୍ୟରୁ ୧୦୭ ଅଂଚଳ ଗଭୀର ମରୁଡି ସଂକଟର ସାମନା କରୁଛି । ଯେବେକି ୪୯ ଅଂଚଳରେ ମଧ୍ୟମ ଧରଣର ମରୁଡି ହୋଇଛି । ରାଜ୍ୟ ୨୦୧୮-୧୯ବର୍ଷରେ ଖରିଫ ଅଧିବେଶନରେ ମରୁଡି ସଂକଟ ସହି ସାରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/345.png)
/kanak/media/post_attachments/wp-content/uploads/2019/05/356663-hd-kumaraswamy-meets-modi-300x169.jpg)