ଏନଡିଏ ସବୁଠୁ ସଫଳ ମେଣ୍ଟ । ଏନଡିଏର ନେତା ନିର୍ବାଚିତ କରିଥିବାରୁ ଧନ୍ୟବାଦ ଦେଲେ ମୋଦୀ । ମେଣ୍ଟକୁ ନେଇ କହିଲେ ଏମିତି କଥା…
କନକ ବ୍ୟୁରୋ: ଏନଡିଏ ସଂସଦୀୟ ଦଳର ନେତା ଭାବେ ନିର୍ବାଚିତ ହେବା ପରେ ମୋଦୀ କହିଛନ୍ତି, ଏନଡିଏ ହେଉଛି ଭାରତର ସବୁଠୁ ସଫଳ ନିର୍ବାଚନ ପୂର୍ବବର୍ତ୍ତୀ ମେଣ୍ଟ । ଏଥିସହ ତାଙ୍କୁ ଏହି ମେଣ୍ଟର ନେତା ଭାବେ ନିର୍ବାଚିତ କରିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି । ଏଥିସହ ନୂଆକରି ବିଜୟୀ ହେଇ ଆସିଥିବା ସାଂସଦଙ୍କୁ ଧନ୍ୟବାଦ ଦେଇଛନ୍ତି ମୋଦୀ । ଆଉ କହିଛନ୍ତି , ଏହା ତାଙ୍କର ସୌଭାଗ୍ୟ, ସର୍ବସମ୍ମତି କ୍ରମେ ତାଙ୍କୁ ନେତା ଭାବେ ନିର୍ବାଚିତ କରାଯାଇଛି ।
![](https://cdn-icons-png.flaticon.com/512/2504/2504957.png)
Kanak News is now on WhatsApp
Join and get latest news updates delivered to you via WhatsApp
ସେହିପରି ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି, ମୋଦୀ ୧୦ ବର୍ଷ ହେବ ପ୍ରଧାନମନ୍ତ୍ରୀ ଅଛନ୍ତି ଏବଂ ଏବେ ପୁଣିଥରେ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ପୂରା ଦେଶର ସେବା କରିବାକୁ ଯାଉଛନ୍ତି । ପୂରା ଭରସା ରହିଛି, ଯାହା କିଛି ବି କାମ ବଳକା ରହିଛି ତାହାକୁ ପୂରା କରିବେ । ବିହାରର ସମସ୍ତ କାମକୁ ପୂରା କରିବେ । ଆମେ ସବୁଦିନ ମୋଦୀଙ୍କ ସାଥୀରେ ରହିବୁ । ଆମେ ଦେଖିଛୁ କିଛି ଲୋକ ଏଥର ଜିତି ଯାଇଛନ୍ତି କିନ୍ତୁ ଆଗାମୀ ଥର ଯେତେବେଳେ ଆସିବୁ ସମସ୍ତଙ୍କୁ ହରାଇ ଆସିବୁ । ବିରୋଧୀ ଦେଶ ପାଇଁ ଆଜି ଯାଏଁ କୌଣସି କାମ କରିନାହାନ୍ତି । ଦେଶ ବହୁତ ଆଗକୁ ବଢିବ, ବିହାରର ସବୁ କାମ ପୂରା ହୋଇଯିବ ।
ସେହିଭଳି ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି, ବହୁମତ ହାସଲ କରିଥିବାରୁ ସମସ୍ତଙ୍କୁ ଶୁଭକାମନା । ନିର୍ବାଚନ ସମୟରେ ୩ ମାସ ପ୍ରଧାନମନ୍ତ୍ରୀ ମୋଦୀ ଟିକିଏ ବି ବିଶ୍ରାମ କରିନାହାନ୍ତି । ଦିନରାତି ପ୍ରଚାର କରିଛନ୍ତି । ଯେଉଁ ଭାବନା ସହ ପ୍ରଧାନମନ୍ତ୍ରୀ ପ୍ରଚାର ଆରମ୍ଭ କରିଥିଲେ ସେହି ଭାବନା ସହ ପ୍ରଚାର ଶେଷ ମଧ୍ୟ କରିଥିଲେ । ଆନ୍ଧ୍ରପ୍ରଦେଶରେ ୩ଟି ସଭା ଓ ଗୋଟିଏ ବଡ ରାଲି କରିଥିଲେ । ଯାହା ଜରିଆରେ ଆନ୍ଧ୍ରପ୍ରଦେଶରେ ନିର୍ବାଚନ ଜିତିବା ସହଜ ହୋଇଥିଲା । ପ୍ରଧାନମନ୍ତ୍ରୀ ମୋଦୀ ଦେଶ ପାଇଁ କାମ କରନ୍ତୁ, ଆମର ପୂରା ସମର୍ଥନ ରହିବ । ଗତ ୧୦ ବର୍ଷରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ମୋଦୀ ଦେଶକୁ ବିଶ୍ୱ ଶକ୍ତି ଭାବେ ଉଭା କରିଛନ୍ତି । ଦେଶର କାୟାକଳ୍ପ ବଦଳାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଦେଶର ଗୌରବ ବିଦେଶରେ ବୃଦ୍ଧି କରିଛନ୍ତି । ଭାରତ ପାଖରେ ସଠିକ୍ ସମୟରେ ସଠିକ୍ ନେତା ଭାବେ ପ୍ରଧାନମନ୍ତ୍ରୀ ମୋଦୀ ରହିଛନ୍ତି । ଭାରତ ଆଗାମୀ ଦିନରେ ବିଶ୍ୱର ନେତୃତ୍ୱ ନେବ ।