ବଦଳି ଯାଇଛି ଆପଣଙ୍କ ଜିମେଲ୍ ସେବା ! ଜାଣନ୍ତୁ କେମିତି ବ୍ୟବହାର କରିବେ ନିଜର ନୂଆ ଜିମେଲ୍ ।

35

ଜିମେଲ୍ ହେଉଛି ବିଶ୍ୱର ସର୍ବାଧିକ ଲୋକ ବ୍ୟବହାର କରୁଥିବା ଇମେଲ୍ ସେବା । ଆପଣ ମଧ୍ୟ ଯଦି ଜିମେଲ୍ ବ୍ୟବହାର କରୁଛନ୍ତି ତେବେ ଏହି ଖବର ଉପରେ ନଜର ପକାନ୍ତୁ । ଗୁଗୁଲ୍ ଜିମେଲକୁ ସମ୍ପୁର୍ଣ୍ଣ ରୂପେ ପରିବର୍ତ୍ତନ କରିଛି । ଏହା ସହ ଏହାର କିଛି ଫିଚର୍ସରେ ମଧ୍ୟ ପରିବର୍ତ୍ତନ ଆଣିଛି । ଏହା ଏବେ ମାଇକ୍ରୋସଫ୍ଟ ଆଉଟଲୁକ୍ ଭଳି ହୋଇଯାଇଛି । ଇମେଜ୍ ଷ୍ଟୋରେଜ୍ ଡାଟାବେସରେ ସୁଧାର ଆଣିବା ସହ ଗୁଗୁଲ୍ ଡିଭାଇଜ୍ ସିଙ୍କ୍ କରିବା ଭଳି ସେବା ଗୁଗୁଲ୍ ଜିମେଲରେ ଆଡ୍ କରିଛି । ଗୁଗୁଲ୍ ଟେନ୍ସର ପ୍ରୋସେସିଙ୍ଗ୍ ସିପ୍ ମାଧ୍ୟମରେ ଜିମେଲରେ ଏହି ଫିଚରକୁ ଆପଣ ଅପଲୋଡ କରିପାରିବେ । ଯାହା ମାଧ୍ୟମରେ ଆପଣ ହାଇକ୍ ଚାଟ୍ ଭଳି ଇମେଲ୍ ମଧ୍ୟ ଜିମେଲ୍ ମାଧ୍ୟମରେ ପଠାଇପାରିବେ । ଏହି ଫିଚରରେ ମେଲ୍ ସେଣ୍ଡ୍ ହେବା ପରେ ଅଟୋ ଡିଲିଟ୍ ସିଷ୍ଟମ୍ ମଧ୍ୟ ରହିବ । ଏହି ନୂଆ ଫିଚରରେ ସିକ୍ୟୁରିଟି ଏବଂ ସ୍ମାର୍ଟ ସୁରକ୍ଷାକୁ ମଧ୍ୟ ଧ୍ୟାନରେ ରଖାଯାଇଛି । ଏଥି ଅନୁସାରେ ୟୁଜର୍ସଙ୍କୁ ୯୦ ଦିନ ପର୍ଯ୍ୟନ୍ତ ଅଫଲାଇନ୍ ଇମେଲର ସୁବିଧା ପ୍ରାପ୍ତ ହେବ । ୟୁଜର୍ସ କନଫିଡେଲ୍ସିଆଲ୍ ଫିଚରକୁ ବ୍ୟବହାର କରି ମେଲ୍ ସଂଖ୍ୟାକୁ ସୀମିତ ମଧ୍ୟ କରିପାରିବେ । ଏହାସହ ଫୋନରେ ଆପଣ ୟୁଟିପି ମଧ୍ୟ ପଠାଇ ପାରିବେ । ଏହାସହ ଗୁଗୁଲ୍ ଜିମେଲରେ ନୋଟିଫିକେସନ୍ ଫିଚର ମଧ୍ୟ ଜାରିକରିଛି । ଯେଉଁଥିରେ ୯୭ ପ୍ରତିଶତ ଅଯଥା ନୋଟିଫିକେସନ୍ ୟୁଜର୍ସଙ୍କ ଫୋନରେ ଦେଖାଯିବ ନାହିଁ । ୟୁଜର୍ସଙ୍କ ସୁରକ୍ଷା ସକାଶେ ଗୁଗୁଲ୍ ଜିମେଲରେ ଆଉ ଏକ ଫିଚର୍ ଆଡ୍ କରିଛି ଯେଉଁଥିରେ କୌଣସି ଇମେଲରେ ଆପଣଭ୍କୁ ବିପଦ ଥିଲେ ଜିମେଲ୍ ପୂର୍ବରୁ ଉପରେ ନାଲି,ହଳଦିଆ ଏବଂ ଧୂଷର ରଙ୍ଗର ସଙ୍କେତ ଦେବ ।
ଜିମେଲର ଏହି ନୂଆ ସେବାକୁ ଏବେ ହିଁ ଆପଣାନ୍ତୁ । ଏହାକୁ ଅପଲୋଟ୍ କରିବା ପାଇଁ ୟୁଜର୍ସଙ୍କୁ ସେଟିଙ୍ଗକୁ ଯିବାକୁ ପଡିବ । ସେଟିଙ୍ଗରେ ‘ଟ୍ରାଏ ଦ ନ୍ୟୁ ଜିମେଲ୍’ କୁ କ୍ଲିକ୍ କରନ୍ତୁ । ଯଦି ଆପଣ ପୁରୁଣା ଜିମେଲକୁ ଯିବାକୁ ଚାହାନ୍ତି ତେବେ ‘ଗୋ ବ୍ୟାକ୍ ଟୁ କ୍ଲାସିକ୍ ଜିମେଲ’ କ୍ଲିକ୍ କରିପାରିବେ ।