ନିର୍ମାଣ କାର୍ଯ୍ୟ ନେଇ କଟକଣା କୋହଳ କଲା ବିଏମସି: ମହାନଗର ନିଗମ ପରିସରରେ ଥିବା ଅଂଚଳରେ ହୋଇପାରିବ ନିର୍ମାଣ କାମ; ବାହାରୁ ଅଣାଯାଇପାରିବନି ଶ୍ରମିକ

Advertisment
ନିର୍ମାଣ କାର୍ଯ୍ୟ ନେଇ କଟକଣା କୋହଳ କଲା ବିଏମସି: ମହାନଗର ନିଗମ ପରିସରରେ ଥିବା ଅଂଚଳରେ ହୋଇପାରିବ ନିର୍ମାଣ କାମ; ବାହାରୁ ଅଣାଯାଇପାରିବନି ଶ୍ରମିକ

କନକ ବ୍ୟୁରୋ: ବିଏମସି ପକ୍ଷରୁ ନିର୍ମାଣ କାର୍ଯ୍ୟ ନେଇ କଟକଣା କୋହଳ କରାଯାଇଛି । ହେଲେ ଏଥିପାଇଁ କିଛି ସର୍ତ ରଖାଯାଇଛି । ମହାନଗର ନିଗମ ଅଂଚଳରେ ଚାଲିପାରିବ ନିର୍ମାଣ କାମ । ବାହାରୁ କୌଣସି ଶ୍ରମିକଙ୍କୁ ଆଣି କାମ କରିବା ଉପରେ କଟକଣା ଲଗାଯାଇଛି ।

ଯେଉଁ ସବୁ ଜାଗାରେ ସ୍ଥାନୀୟ ଶ୍ରମିକଙ୍କୁ ନେଇ କାର୍ଯ୍ୟ କରାଯାଇପାରିବ । ନିିର୍ମାଣରେ ଆବଶ୍ୟକ ସିମେଂଟ, ଋଙ୍ଗ, ଚିପ୍ସ ଆଦିକୁ କେବଳ ରାତିରେ ନିର୍ମାଣ ସ୍ଥଳକୁ ନିଆଯାଇପାରିବ । ରାତି ୧୦ଟାରୁ ଭୋର ୫ଟା ଯାଏଁ ସାମଗ୍ରୀ ନିଆଯାଇପାରିବ । ଏନେଇ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ସାମଗ୍ରୀର ଦୋକାନୀ ଓ ଠିକାଦାର ମଧ୍ୟରେ ସମନ୍ୱୟ ରଖାଯାଇ ଏହା କରାଯିବାକୁ ନିର୍ଦ୍ଦେଶ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe