ସାମାଜିକ ଦୂରତା ରକ୍ଷା କରିବାକୁ ଗଞ୍ଜାମ ଜିଲ୍ଲାପାଳଙ୍କ ନୂଆ ଫର୍ମୁଲା: ବାହାରକୁ ବାହାରିବା ବେଳେ ମାସ୍କ ପିନ୍ଧିବାକୁ ଓ ଛତା ନେବାକୁ ଦେଲେ ପରାମର୍ଶ

କହିଲେ, ମାସ୍କ ଆପଣଙ୍କ ନାକ ଓ ପାଟିକୁ ରଖିବ ସୁରକ୍ଷିତ; ସାମାଜିକ ଦୂରତା ରକ୍ଷା କରିବାରେ ଛତା ହେବ ସହାୟକ

255

କନକ ବ୍ୟୁରୋ: ସାମାଜିକ ଦୂରତା ରକ୍ଷା କରିବାକୁ ଗଞ୍ଜାମ ଜିଲ୍ଲାପାଳଙ୍କ ନୂଆ ଫର୍ମୁଲା । ବାହାରକୁ ବାହାରିବାବେଳେ ମାସ୍କ ପିନ୍ଧିବାକୁ ଓ ଛତା ନେବାକୁ ଗଞାମବାସୀଙ୍କ ଟୁଇଟ୍ କରି ଆହ୍ୱାନ ଦେଇଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ସବୁବେଳେ କିଛି ନିଆରା କରି ଚର୍ଚ୍ଚାରେ ରହୁଥିବା କୁଲାଙ୍ଗେ ଏଥର ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବାକୁ ନୂଆ ଫର୍ମୁଲା ବାହାର କରିଛନ୍ତି ।

କହିଛନ୍ତି, ଆପଣମାନେ ଯେତେବେବେଳେ ଘରୁ ବାହାରକୁ ବାହାରୁଛନ୍ତି ସେତେବେଳେ ଆପଣ ହାତରେ ଛତା ଧରି ବାହାରନ୍ତୁ । ଛତା ଧରି ବାହାରିଲେ ଏହା ଜଣଙ୍କୁ ଅନ୍ୟଜଣଙ୍କୁ ଠାରୁ ସାମାଜିକ ଦୂରତା ରକ୍ଷା କରିବାରେ ସହାୟକ ହେବ । ଛତା ଧରିଥିବା ଦୁଇ ଜଣଙ୍କ ମଧ୍ୟରେ ଅତିକମରେ ୧ ଦଶମିକ ୫ ମିଟର ଦୂରତା ରହିଥାଏ ବୋଲି କହିଛନ୍ତି । ଏହା ସହିତ ଛତା ଖରା ଦାୟୁରୁ ମଧ୍ୟ ଆପଣଙ୍କୁ ରକ୍ଷା କରିବ ବୋଲି ସେ କହିଛନ୍ତି । ସେହିପରି ଘରୁ ବାହାରିଲେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି । ମାସ୍କ ପିନ୍ଧିଲେ ନାକ ଓ ପାଟି ସୁରକ୍ଷିତ ରହିବ ବୋଲି ସେ ଟୁଇଟରେ ଦର୍ଶାଇଛନ୍ତି ।

ଅନ୍ୟପଟେ, ଗୁଜରାଟରୁ ଫେରୁଛନ୍ତି ପ୍ରବାସୀ ଓଡିଆ । ଗୁରୁବାର ସକାଳୁ ଗୁଜୁରାଟରୁ ବାହାରିଥିବା ପ୍ରାୟ ୭ ଟି ବସ ଆଜି ଓଡିଶାରେ ପହଁଚିବ । ଏଥିସହ ଗତ ରାତିରେ ଗୁଜୁରାଟ ଡାଇମଣ୍ଡ ନଗରରୁ ଆଉ ୧୮ ଟି ବସ ଗଂଜାମର ଆସ୍କାକୁ ବାହାରିଥିବା ନେଇ ସୂଚନା ମିଳିଛିି । ସେହିପରିି ପାଣ୍ଡେସରାରୁ ବି ୩୨ଟି ବସ ଓଡିଶା ବାହାରିଥିବା ଜଣା ପଡିଛି । ଏଥିରୁ ଅଧିକାଂଶ ବସ ଗଞ୍ଜାମ ଓ କିଛି ବସ କଟକ ଜିଲ୍ଲାକୁ ଆସୁଥିବା ସୂଚନା ମିଳିଛି । ହେଲେ ଏନେଇ ଓଡିଶା ପ୍ରଶାସନକୁ ଏଯାଏ ଁ କୈାଣସି ସୂଚନା ଦିଆଯାଇ ନାହିଁ ।

ଗୁଜରାଟରୁ ଆସ୍କା ଓ ଭଞ୍ଜନଗରରୁ ପ୍ରାୟ ୪୦ରୁ ଅଧିକ ବସ ବାହାରିଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ହେଲେ ଏନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନକୁ କୈାଣସି ସୂଚନା ମିଳି ନଥିବା ଜଣାପଡିଛି । ଫଳରେ ଓଡିଶାକୁ ଫେରି ଆସୁଥିବା ପ୍ରବାସୀ ଓଡିଆଙ୍କୁ ଗୁଜୁରାଟରୁ ଅନୁମତି ମିଳୁଥିଲେ ବି ଓଡିଶା ସରକାର ଓ ପ୍ରଶାସନକୁ ତ୍ୱରିତ ଅବଗତ କରାଯାଉନଥିବା ନେଇ ସନ୍ଦେହ ବଢୁଛି । ସେପଟେ ସୁରତ ଜିଲ୍ଲାପାଳ ଏକ ଅଡିଓ ଜାରି କରି କହିଛନ୍ତି ଯେଉଁମାନେ ବି ସୁରଟରୁ ଓଡିଶା, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ନିଜ ଅଂଚଳକୁ ଫେରିବାକୁ ଚାହିଁବେ ତାଙ୍କୁ ଅନୁମତି ଦେବ ପ୍ରଶାସନ । ଏହାସହ ବ୍ୟକ୍ତିଗତ ଗାଡିରେ ବି ପ୍ରବାସୀ ଓଡିଆଙ୍କୁ ଫେରିବାକୁ ସୁରତ ପ୍ରଶାସନ ଅନୁମତି ମିଳିବ ବୋଲି କହିଛନ୍ତି ଜିଲ୍ଲାପାଳ ।