କନକ ବ୍ୟୁରୋ : ନିଃସନ୍ତାନ ଦମ୍ପତିଙ୍କ ପାଇଁ କଟକରେ ଖୋଲିଲା ନୂଆ ଏକ ଆଇଭିଏଫ୍ ସେଣ୍ଟର । ଓଡିଗାଇନ୍ ଫର୍ଟିଲିଟି କେୟାର ଏବଂ ହସପିଟାଲ ନାଁରେ କଟକ ସିଡିଏ ସେକ୍ଟର ୧ରେ ଏହି ଫର୍ଟିଲିଟି ସେଣ୍ଟର ଉଦଘାଟିତ ହୋଇଛି । ବିଶିଷ୍ଟ ସ୍ତ୍ରୀ ଏବଂ ପ୍ରସୂତି ରୋଗ ବିଶେଷଞ୍ଜ ପ୍ରଫେସର ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଛନ୍ତି ।
ଏହି ଅବସରରେ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଆଇଭିଏଫ୍ ସେଣ୍ଟରର ଗୁରୁତ୍ୱ ସମ୍ପର୍କରେ କହିଛନ୍ତି । ଏବେର ସମୟରେ ସନ୍ତାନହିନତା ପାଇଁ ବିଳମ୍ବ ବିବାହକୁ ଦାୟୀ କରିଛନ୍ତି । ୩୦ ବର୍ଷ ବୟସ ପରେ ମହିଳାଙ୍କ ପ୍ରଜନନ କ୍ଷମତା ହ୍ରାସ ପାଉଥିବାରୁ ଏଭଳି ସମସ୍ୟା ଦେଖା ଦେଉଛି । ତେଣୁ ସନ୍ତାନପ୍ରାପ୍ତି ପାଇଁ ଶୀଘ୍ର ବିବାହ କରିବା ଜରୁରୀ ବୋଲି କହିଛନ୍ତି । କିନ୍ତୁ ଏବେ ଆଇଭିଏଫରେ ଉପଲବ୍ଧ ହେଉଥିବା ଅତ୍ୟାଧୁନିକ ଚିକିତ୍ସା ସୁବିଧା ପାଇଁ ସନ୍ତାନପ୍ରାପ୍ତି ସହଜ ହୋଇଛି ବୋଲି କହିଛନ୍ତି ।