ଆସନ୍ତା ସପ୍ତାହରୁ ରେଲୱେ ଷ୍ଟେସନରେ ଯାତ୍ରୀଙ୍କୁ ମିଳିବ ଏହି ୫ଟି ନୂଆ ସୁବିଧା, ଜାଣନ୍ତୁ କେଉଁଠି ?

38

ନୂଆଦିଲ୍ଲୀ ରେଲୱେ ଷ୍ଟେସନରୁ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଏହି ସପ୍ତାହରୁ ୫ଟି ନୂଆ ସୁବିଧା ମିଳିବ । ଏହି ସୁବିଧାରୁ ଲୋକଙ୍କ ଯାତ୍ରା ଆହୁରି ସହଜ ହେବ । ଏହି ସୁବିଧା ଦ୍ୱାରା ଷ୍ଟେସନରେ ଅଳିଆ ହେବନି । ଏହା ସହିତ ଯାତ୍ରୀଙ୍କୁ କୈାଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ହେବାକୁ ପଡିବନି । ରେଲୱେର ଚେଷ୍ଟା ଏହା ଯେ ଆସନ୍ତା ସମୟରେ ସୁବିଧାକୁ ଆହୁରି ବି ବଢ଼ାଯିବ ।

• ଖାଲି ପାଣି ବୋତଲ ଉପରେ ବସ ବା ବିମାନ ଭଡାରେ ମିଳିବ ରିହାତି : ଆପଣଙ୍କ ପାଖରେ ଯଦି ପାନୀୟ ଜଳର ଖାଲି ବୋତଲ ଅଛି, ତେବେ ଆପଣଙ୍କୁ ବସ ବା ବିମାନ ଭଡାରେ ରିହାତି ମିଳିବ । ପ୍ଲାଟଫର୍ମ ନଂ ୧୬ ଓ ୧ରେ ବୋତଲ କ୍ରସିଙ୍ଗ ମେସିନ ଲଗାଯାଇଛି, ଯେଉଁଥିରେ ବୋତଲ ପକାଇଲେ ଏକ କୁପନ ମିଳିବ । ଏହା ଉପରେ ଲେଖା ଥିବା ନମ୍ବରର ସହାୟତାରେ ପେଟିଏମ ଜରିଆରେ ୩୫୦୦ ଟଙ୍କାରୁ ଅଧିକର ବିମାନ ଟିକେଟ ବୁକ କଲେ ପାଖାପାଖି ୭୫୦ ଓ ୩୦୦ଟଙ୍କାରୁ ଅଧିକର ବସ ଟିକେଟରେ ୧୦୦ ଟଙ୍କାର ରିହାତି ମିଳିବ ।

• ଦିବ୍ୟାଙ୍ଗଙ୍କ ପାଇଁ ଲିଫ୍ଟିଙ୍ଗ ହ୍ୱିଲ ଚେୟାର : ନୂଆଦିଲ୍ଲୀ ରେଲୱେ ଷ୍ଟେସନରେ ଦିବ୍ୟାଙ୍ଗଙ୍କ ସୁବିଧାକୁ ନଜରରେ ରଖି ଲିଫ୍ଟିଙ୍ଗ ହ୍ୱିଲ ଚେୟାର ଲଗାଯାଇଛି । ଏହା ଉପରେ ଯାତ୍ରୀଙ୍କୁ ବସାଇ ଟ୍ରେନକୁ ପହଂଚାଇବା ସହିତ ଉଠାଇକି ସିଧା ଟ୍ରେନରେ ରଖାଯାଇପାରିବ । ଏହି ହ୍ୱିଲ ଚେୟାରରେ ଲିଫ୍ଟ ଲାଗିଛି ଯାହାକି ଦିବ୍ୟାଙ୍ଗଙ୍କୁ ସିଧା ଟ୍ରେନର ଦ୍ୱାରରେ ପହଂଚାଇଦେବ ।

• ଅତ୍ୟାଧୁନିକ ଶୈାଚାଳୟର ସୁବିଧା ମିଳିବ : ରେଳବାଇ ପ୍ଲାଟଫର୍ମ ନଂ ୧୦, ୧୧ ଓ ୧୬ରେ ନୂଆ ଫେବ୍ରିକେଟେଡ ଶୈାଚାଳୟ ନିର୍ମାଣ କରିଛନ୍ତି । ଏହି ଶୈାଚାଳୟରେ ଦିବ୍ୟାଙ୍ଗ ଯାତ୍ରୀଙ୍କ ସୁବିଧାକୁ ଦେଖି ଅଲଗା ବ୍ୟବସ୍ଥା କରାଯାଇଛି ।

• ମାଗଣାରେ ମିଳିବ ଆର.ଓ. ପାଣି : ରେଳଯାତ୍ରୀଙ୍କୁ ଉଚ୍ଚ ଗୁଣବତ୍ତା ଯୁକ୍ତ ସ୍ୱଚ୍ଛ ପାଣି ଉପଲବ୍ଧ କରାଇବା ପାଇଁ ଦିଲ୍ଲୀର ପ୍ଲାଟଫର୍ମ ନଂ ୧ ଓ ୧୬ରେ ଆର.ଓ ଲଗାଯାଇଛି । ଏହାଦ୍ୱାରା ଯାତ୍ରୀଙ୍କୁ ସଫା ପାଣି ମିଳିବ ।

• ପ୍ରତିକ୍ଷାଳୟରେ ବଡ ବଡ ଏସିର ସୁବିଧା ମିଳିବ : ନୂଆଦିଲ୍ଲୀ ରେଲୱେ ଷ୍ଟେସନର ପ୍ଲାଟଫର୍ମ ନଂ ୧ରେ ଥିବା ଉଚ୍ଚ ଶ୍ରେଣୀର ପ୍ରତିକ୍ଷାଳୟରେ ସେଣ୍ଟ୍ରାଲ ଏସି ଲଗାଇବାର ବ୍ୟବସ୍ଥା ହେଉଛି । ପୂର୍ବରୁ କେବଳ ସ୍ପ୍ଲିଟ ଏସି ଲାଗିଥିଲା । ସେମାନଙ୍କୁ ବସିବାରେ କୈାଣସି ଅସୁବିଧା ନହେବ ସେଥିପାଇଁ ପ୍ରତିକ୍ଷାଳୟରେ ଅଧିକ ବେଂଚର ବ୍ୟବସ୍ଥା କରାଯାଇଛି ।