ପିପିଲି ଉପ ନିର୍ବାଚନ :  ନିଜ ନିଜର ପୁରୁଣା ଯୋଦ୍ଧା ବାଛିଲେ ବିଜେପି, କଂଗ୍ରେସ । ନୂଆ ମୁହଁକୁ ଆଗରେ ରଖି ଲଢିବ ବିଜେଡି । 

142

କନକ ବ୍ୟୁରୋ: ନବାଗତ ବନାମ ଅଭିଜ୍ଞତା । ନୂଆ ମୁହଁ ବନାମ ପୁରୁଣା ପ୍ରାର୍ଥୀ । ଏଥର ପିପିଲି ଉପନିର୍ବାଚନ ମଇଦାନରେ ଠିଆ ହୋଇଥିବା ପ୍ରାର୍ଥୀଙ୍କୁ କିଛି ଏଭଳି ଢଙ୍ଗରେ ବର୍ଣ୍ଣନା କରାଯାଇପାରେ । କାହିଁକି ନା ବିରୋଧୀ ବିଜେପି ଏବଂ କଂଗ୍ରେସ ପିପିିଲି ପାଇଁ ନିଜ ନିଜର ପୁରୁଣା ଯୋଦ୍ଧାଙ୍କୁ ପୁଣି ଥରେ ସେନାପତି କରିଥିବାବେଳେ ଶାସକ ଦଳ ବିଜେଡି ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ରପ୍ରତାପ ମହାରଥୀଙ୍କୁ ପ୍ରାର୍ଥୀ କରି ବିଜୟୀ ହେବାକୁ ଆସ୍ଥା ପ୍ରକଟ କରିଛି ।

ବିଜେଡି, ବିଜେପି ପରେ ଏବେ ତୃତୀୟ ଦଳ ଭାବେ କଂଗ୍ରେସ ନିଜର ପିପିଲି ପ୍ରାର୍ଥୀ ଘୋଷଣା କରିିଛି । ଦଳ ହାଇକମାଣ୍ଡ ପୁଣିଥରେ ଅଜିତ ମଙ୍ଗରାଜଙ୍କ ଉପରେ ମୋହର ମାରିବା ସହିତ ତାଙ୍କୁ ପିପିଲିର କଂଗ୍ରେସ ଯୋଦ୍ଧା ଭାବେ ବାଛିଛନ୍ତି । ସେ ପୂର୍ବ ସାଧାରଣ ନିର୍ବାଚନରେ ମଧ୍ୟ ଦଳ ପକ୍ଷରୁ ମଙ୍ଗ ଧରିଥିଲେ । ହେଲେ ସେ ସେତେଟା ସଫଳତା ପାଇନଥିଲେ । ବିଜେଡି, ବିଜେପି ପରେ ତାଙ୍କ ସ୍ଥାନ ତୃତୀୟ ଥିଲା । ସେ ୧୦ ହଜାରରୁ ବି କମ ଭୋଟ୍ ପାଇଥିଲେ । ହେଲେ ଦଳ ପୁଣି ଥରେ ତାଙ୍କ ଉପରେ ଆସ୍ଥା ପ୍ରକଟ କରିବା ସହିତ ତାଙ୍କୁ ପୁଣି ଟିକେଟ୍ ଦେଇଛି।

ସେହିପରି ବିଜେପି ମଧ୍ୟ ନିଜର ପୁରୁଣା ପ୍ରାର୍ଥୀ ଅଜିତ ମଙ୍ଗରାଜକୁ ଉପ ନିର୍ବାଚନରେ ବିଜୟୀ କରିବାକୁ କସରତ କରୁଛି । ଗତଥର ଆଶ୍ରିତ କମ ବ୍ୟବଧାନରେ ହାରିଥିବାରୁ ଦଳ ଏଥର ତାଙ୍କ ଉପରେ ଭରସା କରିବା ସହିତ ବିଜୟୀ ହେବାକୁ ଋଣନୀତି କସୁଛି । ଅନ୍ୟପଟେ ବହୁ ଦିନ ଧରି ପିପିଲି ବିଜେଡିର ଗଡ ହୋଇ ରହିଆସିଛି । ସେଠାରେ ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ଶାସନ ଚାଲିଆସୁଥିଲା । ହେଲେ ତାଙ୍କ ଅନ୍ତେ ଏବେ ତାଙ୍କ ପୁଅ ରୁଦ୍ର ମହାରଥୀଙ୍କୁ ବିଜେଡି ଟିକେଟ୍ ଦେବା ସହିତ ଅନୁକମ୍ପା ଭୋଟ୍ ହାତେଇ ନିର୍ବାଚନ ବୈତରଣୀ ପାର୍ ହେବାକୁ ଲକ୍ଷ୍ୟ ରଖିଛି । ଶେଷରେ ଏହି ନିର୍ବାଚନ ଫାଇଟରେ କିଏ ବାଜିମାତ୍ କରୁଛି ତାହା ଦେଖିବାକୁ ବାକି ରହିଲା ।