କନକ ବ୍ୟୁରୋ: ବଦଳି ଯାଇଛି ସ୍ୱାଭିମାନ ଅଂଚଳର ଚିତ୍ର । ଯେଉଁଠି ମାଓବାଦୀଙ୍କ ରାଜ ଚାଲିଥିଲା, କେହି ସେଠାରେ ପଶିପାରୁନଥିଲେ ଏବେ ସେଠାରେ ପହରା ଦେଉଛନ୍ତି ବିଏସଏଫ ଯବାନ ଓ ଓଡିଶା ପୁଲିସ । କନକ ନ୍ୟୁଜର କ୍ୟାମେରା ଟିମ ଏହି ଚିତ୍ରକୁ ନିଜ କ୍ୟାମେରାରେ କଏଦ କରିଥିଲା । ପାହାଡ ଘେରରେ ଲାଲବିହାନିର ଲାଲକୋଠି ପାଲଟିଛି ସୁରକ୍ଷାକର୍ମୀଙ୍କ ଚେକପୋଷ୍ଟ । ଦିନେ ଏହି ଅଂଚଳରେ ମାଓବାଦୀଙ୍କ ମୃତଦେହ ରଖି ସହିଦ ସମ୍ମାନ ଦେଉଥିଲା ଲାଲ ବାହିନୀ । ଏବେ ପୁରା ଅଂଚଳକୁ କବଜାକୁ ନେଇଛନ୍ତି ସୁରକ୍ଷାକର୍ମୀ ।

Advertisment

ଇଏ ହେଉଛି ଅସ୍ଥାୟୀ ଘରେ ଥିବା ଯୋଡାଆମ୍ବର ସେହି ପୋଲିସ ଥାନା ଯେଉଁଠି ସଜାଗ ରହିଛନ୍ତି ପୋଲିସ କର୍ମୀ । କାରଣ ଅଳ୍ପଦୂରରେ୍ ରହିଛି ମାଓବାଦୀଙ୍କ ଗତିବିଧି ।

ଯୋଡାଆମ୍ବ-ଟୁମୁସୁ ମାମୁଡିର । ଯେଉଁଠି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ୨୩୦ କିଲୋମିଟର ରାସ୍ତା କାମ ଚାଲିଛି । ରାସ୍ତାର ମାନ କିପରି ରହିଛି ତାର ଯାଂଚ କରୁଛନ୍ତି ଅଧିକାରୀ । ସୁରକ୍ଷାକର୍ମୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆଦିବାସୀ ଅଧ୍ୟୁସିତ ଅଂଚଳରେ ଚାଲିଛି ଉନ୍ନୟନମୁଳକ କାଯ୍ୟ

ଯୋଡାଆମ୍ବର ସ୍ୱାସ୍ଥ୍ୟ ଶିବିରରେ ପାଖାପାଖି ୧୫୦ରୁ ଅଧିକ ଲୋକ ଡାକ୍ତରଙ୍କୁ ଦେଖା କରିବାକୁ ଆସିଛନ୍ତି । ପୁଷ୍ଟିହିନତାକୁ ନେଇ ଚର୍ଚ୍ଚାରେ ଥିବା ଅଂଚଳର ଶିଶୁ ଓ ମହିଳାଙ୍କୁ ପ୍ରଶାସନ ପକ୍ଷରୁ ସ୍ୱାସ୍ଥ୍ୟ ଯୋଗାଇ ଦିଆଯାଉଛି । ଉଜୁଡା ସ୍ୱାସ୍ଥ୍ୟ ସେବାକୁ ସଜାଡିବା ପାଇଁ ଉଦ୍ୟମ କରିଛି ପ୍ରଶାସନ । ନିୟୋଜିତ ଅଛନ୍ତି ୨ଜଣ ଏମବିବିଏସ ଡାକ୍ତର ଏବଂ ୨ଜଣ ବିଶେଷଜ୍ଞ ।

ସ୍ୱାଭିମାନ ଅଂଚଳ କହିଲେ ବୁଝାଏ, ମାଲକାନଗିରିଡ ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ୯ଟି ପଂଚାୟତ । ଏହିି ୯ଟି ପଂଚାୟତର ୧୫୦ ଗାଁରେ ପ୍ରାୟ ୩୨ ହଜାର ଲୋକ ବସବାସର କରନ୍ତି ।