ପ୍ରେମିକାର ପ୍ରେତାତ୍ମା ପାଇଁ ପୁରା ପରିବାର କରିଦେଲେ ଆତ୍ମହତ୍ୟା! ଚକିତ ହୋଇଗଲା ପୁଲିସ ।

Advertisment
ପ୍ରେମିକାର ପ୍ରେତାତ୍ମା ପାଇଁ ପୁରା ପରିବାର କରିଦେଲେ ଆତ୍ମହତ୍ୟା! ଚକିତ ହୋଇଗଲା ପୁଲିସ ।

ଗୁଜରାଟର ଅହମ୍ମଦାବାଦସ୍ଥିତ ନରୋଡ଼ାଠାରେ ଗତକାଲି ଘଟିଥିବା ଗଣ ଆତ୍ମହତ୍ୟା ଘଟଣା ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ଆତ୍ମହତ୍ୟାର କାରଣ ସଂପର୍କରେ ସ୍ପଷ୍ଟ ସୂଚନା ମିଳିନଥିବାରୁ ଏହା ସଂପୂର୍ଣ୍ଣ ରହସ୍ୟ ଘେରରେ ରହିଛି। ଗୁଣିଗାରେଡ଼ିର ବଶବର୍ତ୍ତୀ ହୋଇ ତ୍ରିବେଦୀ ପରିବାରର ସଦସ୍ୟମାନେ ଆତ୍ମହତ୍ୟା କରିଥିବା କୁନାଲ୍ ତ୍ରିବେଦୀଙ୍କ ସୁଇସାଇଡ୍ ନୋଟରୁ ଜଣାପଡ଼ିଥିବା ବେଳେ ତାଙ୍କ ପତ୍ନୀ କବିତାଙ୍କ ସୁଇସାଇଡ୍ ନୋଟରେ କିନ୍ତୁ ଭିନ୍ନ ଦର୍ଶାଯାଇଛି। କବିତାଙ୍କ ସୁଇସାଇଡ୍ ନୋଟରେ ଗଣ ଆତ୍ମହତ୍ୟା ପାଇଁ ସ୍ୱାମୀ କୁନାଲଙ୍କ ପୂର୍ବ ପ୍ରେମିକାଙ୍କ ପ୍ରେତାତ୍ମାକୁ ଦାୟୀ କରାଯାଇଛି। କୁନାଲ ଓ କବିତାଙ୍କ ସୁଇସାଇଡ୍ ନୋଟରେ ମେଳ ଖାଉନଥିବାରୁ ପୁଲିସ ଏବେ ହରଡ଼ଘଣାରେ ପଡ଼ିଛି। ପ୍ରକୃତରେ ଏହା ଆତ୍ମହତ୍ୟା ନା ହତ୍ୟା ସେ ବାବଦରେ ପୁଲିସ କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରୁନାହିଁ।

ଦିଲ୍ଲୀ ‘ବୁରାଡ଼ି କାଣ୍ଡ’ର ପୁନରାବୃତ୍ତି ସ୍ୱରୂପ ଗତକାଲି ଅହମ୍ମଦାବାଦର ଏହି ସଦ୍ୟତମ ଗଣ ଆତ୍ମହତ୍ୟା ଘଟଣା ଦେଶବାସୀଙ୍କୁ ଚକିତ କରିଦେଇଥିଲା। ପରିବାରର ପ୍ରମୁଖ ସଦସ୍ୟ କୁନାଲ୍ (୪୫) ଗୁଣିଗାରେଡ଼ି ଯୋଗୁ ନିଜ ପତ୍ନୀ (୪୫) ଏବଂ ଝିଅ ଶିରିନ୍ (୧୬)କୁ ବିଷ ପିଆଇ ମାରିବା ପରେ ନିଜେ ଆତ୍ମହତ୍ୟା କରିବା ଘଟଣା ଦେଶରେ ଚର୍ଚ୍ଚାର ବିଷୟ ହୋଇଥିଲା। ଏମିତି କି କୁନାଲ୍ ନିଜ ୭୫ ବର୍ଷୀୟା ବୃଦ୍ଧା ମାଆ ଜଶ୍ରୀବେନଙ୍କୁ ମଧ୍ୟ ବିଷ ପିଆଇ ମାରିବାକୁ ଉଦ୍ୟମ କରିଥିଲା। ଗତକାଲି ଖବର ପାଇ ପୁଲିସ ଅହମ୍ମଦାବାଦର ଅବନି ସ୍କାଏ ଆପାର୍ଟମେଣ୍ଟରେ ପହଞ୍ଚିବା ପରେ ଏକ ଫ୍ଲାଟରେ କୁନାଲଙ୍କ ମୃତଦେହ ସିଲିଂ ଫ୍ୟାନରେ ଝୁଲୁଥିବା ଦେଖିବାକୁ ପାଇଥିଲା। ପତ୍ନୀ କବିତା ଓ ଝିଅ ଶିରିନର ମୃତଦେହ ଘରର ଚଟାଣରେ ପଡ଼ିଥିଲା। ବୃଦ୍ଧା ମାଆ ସଂଜ୍ଞାହୀନ ହୋଇ ଚଟାଣରେ ପଡ଼ିଥିଲେ।

ଉଲ୍ଲେଖଯୋଗ୍ୟ, ନିଜ ୩ ପୃଷ୍ଠା ସମ୍ବଳିତ ସୁଇସାଇଡ୍ ନୋଟରେ କୁନାଲ୍ ଏଭଳି ଚରମ ପଦକ୍ଷେପ ପାଇଁ ଗୁଣିଗାରେଡ଼ିକୁ ଦାୟୀ କରିଥିଲେ। ସେ ଦର୍ଶାଇଥିଲେ ଯେ ସେ ପ୍ରଚୁର ମଦ ପିଉଥିଲେ। ଏହି ଘଟଣାକୁ ନେଇ ପତ୍ନୀଙ୍କ ସହିତ ଝଗଡ଼ା ହେଉଥିଲା। କିନ୍ତୁ ଗୁଣି ଗାରେଡ଼ି ପ୍ରଭାବରୁ ସେ ମଦ ଛାଡ଼ି ପାରିନଥିଲେ। ଏମିତି କି ଗୁଣିଗାରେଡ଼ିରୁ ମୁକୁଳିବା ସହିତ ମଦ ଛଡ଼ାଇବା ପାଇଁ ସେ ନିଜକୁ ଦେବୀଙ୍କ ପାଖରେ ସମର୍ପଣ କରିଥିଲେ। କିନ୍ତୁ କିଛି ଫାଇଦା ହୋଇନଥିଲା। ତେଣୁ ଶେଷରେ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ ବୋଲି ସୁଇସାଇଡ୍ ନୋଟରେ ଦର୍ଶାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe