କନକ ବ୍ୟୁରୋ: ପ୍ରଦୀପଙ୍କ ଉପରେ ଫୁଲବର୍ଷା । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ଫୁଲବର୍ଷା କରିଛନ୍ତି ସମର୍ଥକ । ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଗୋପାଳପୁର ନିର୍ବାଚନମଣ୍ଡଳୀର ଖୋଡ଼ାସିଂରେ ପହଞ୍ଚିବାପରେ ପ୍ରଦୀପଙ୍କୁ ଏହିପରି ଢଙ୍ଗରେ ସ୍ୱାଗତ କରିଛନ୍ତି କର୍ମୀ । ପ୍ରଦୀପ ବିଜେଡିରୁ ବହିଷ୍କୃତ ହେବା ପରେ କିଛି ଦିନ ପାଇଁ ରାଜନୀତିରେ ସକ୍ରିୟ ନଥିବା ଦେଖାଯାଇଥିଲା । ତେବେ ୨୦୨୪ ନିର୍ବାଚନ ଆସୁଥିବାରୁ ସେ ପୁଣି ନିଜର ନିର୍ବାଚନ ମଣ୍ଡଳୀରେ ନିଜ ଆଧିପତ୍ୟ ଜାହିର କରିବାକୁ ଚେଷ୍ଟା କରୁଛନ୍ତି ।

Advertisment

କିଛି ଦିନ ପୂର୍ବରୁ ବ୍ରହ୍ମପୁରର ପୂର୍ବତନ ବିଜେଡି ଏମପି ତଥା ସିନେ ତାରକା ସିଦ୍ଧାନ୍ତ ମହାପାତ୍ର ଦୀର୍ଘଦିନ ପରେ ଗଞ୍ଜାମରେ ପହଞ୍ଚିଥିଲେ । ୪ବର୍ଷ ପରେ ସିଦ୍ଧାନ୍ତ ସେଠାକାର ଦଳୀୟକର୍ମୀଙ୍କ ସମେତ ଘନ ଘନ ଆଲୋଚନା କରିବା ଏକ ଭିନ୍ନ ଚର୍ଚ୍ଚା ସୃଷ୍ଟି କରିଥିଲା । କୁହାଯାଉଥିଲା ପ୍ରଦୀପଙ୍କୁ କାଉଣ୍ଟର କରିବା ପାଇଁ ବିଜେଡି ଗୋପାଳପୁର ତଥା ଗଂଜାମ ଜିଲ୍ଲାରେ ସିଦ୍ଧାନ୍ତଙ୍କ ସହାୟତା ନେବାକୁ ଚେଷ୍ଟା କରୁଛି । ଏପରିକି ଗୋପାଳପୁରରେ ପ୍ରଦୀପଙ୍କ ବିରୋଧରେ ସିଦ୍ଧାନ୍ତଙ୍କୁ ଦଳ ପ୍ରାର୍ଥୀ କରିପାରେ ବୋଲି ଆଲୋଚନା ଆରମ୍ଭ ହୋଇଯାଇଛି । ଆଉ ଏବେ ଏହାର ଜବାବ ଦେବାକୁ ଉଦ୍ୟମ କରିଛନ୍ତି ପ୍ରଦୀପ ପାଣିଗ୍ରାହୀ ।