ରାଷ୍ଟ୍ରପତିଙ୍କ ସ୍ୱାଗତ ପାଇଁ ନିଆରା ପ୍ରୟାସ, କେଉଁଠି ଖୋଳକୀର୍ତ୍ତନ ତ ଆଉ କେଉଁଠି ଆଦିବାସୀ ନୃତ୍ୟ ...

ରାଷ୍ଟ୍ରପତିଙ୍କ ସ୍ୱାଗତ ପାଇଁ ନିଆରା ପ୍ରୟାସ, କେଉଁଠି ଖୋଳକୀର୍ତ୍ତନ ତ ଆଉ କେଉଁଠି ଆଦିବାସୀ ନୃତ୍ୟ ...

କନକ ବ୍ୟୁରୋ: ମହାମହିମଙ୍କ ସ୍ୱାଗତ ପାଇଁ କିଏ କେତେ ପ୍ରକାରର ପ୍ରୟାସ କରିଛି । ଭୁବନେଶ୍ୱର ବିମାନ ବନ୍ଦରରେ ଆଜି ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା । ଖୋଳକୀର୍ତ୍ତନ ସହ ମହାମହିମଙ୍କୁ ସ୍ୱାଗତ କରିଛନ୍ତି ସଙ୍କୀର୍ତ୍ତନ ଦଳ । ଦ୍ରୌପଦୀ ମୁର୍ମଙ୍କ ଫଟୋ ସହ ହାତରେ ତ୍ରିରଙ୍ଗାଧରି ସମସ୍ତେ ତାଙ୍କୁ ସ୍ୱାଗତ କରିଛନ୍ତି ।

ତିନି ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ରାଷ୍ଟ୍ରପତି ରାଜଭବନରେ ଅତୁଟ ବନ୍ଧନ କାର୍ଯ୍ୟକ୍ରମରେ ଯୋଗଦେବେ । ଆସନ୍ତାକାଲି କଟକରେ ମା’ ଚଣ୍ଡୀଙ୍କ ଦର୍ଶନ ସହ ହାଇକୋର୍ଟ ୭୫ ତମ ପୂର୍ତି ଉତ୍ସବରେ ଉଦ୍ବୋଧନ ଦେବେ । ସେହିପରି ଗୁରୁବାର ଭୁବନେଶ୍ୱର ତମାଣ୍ଡୋରେ ସାଧାରଣ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe