କନକ ବ୍ୟୁରୋ : ସଂସଦ କର୍ମଚାରୀଙ୍କ ନୂଆ ଡ୍ରେସ କୋଡ୍କୁ ନେଇ ବିରୋଧୀ ଉଠାଇଲେ ପ୍ରଶ୍ନ । ପୋଷାକରେ ପଦ୍ମ ଛାପ ଓ ଶାସକ ଦଳର ଚିହ୍ନ ସମାନ ହୋଇଥିବାରୁ ଡେସ୍କୋଡକୁ ନାପସନ୍ଦ କରିଛନ୍ତି ବିରୋଧୀ । ଦୁଇ ଗୃହର ମାର୍ଶଲ, ସୁରାକ୍ଷାକର୍ମୀ ଓ କର୍ମଚାରୀଙ୍କ ପାଇଁ ଜାରି ହୋଇଛି ଡେସ କୋଡ୍ । ନୂଆ ସଂସଦରେ କର୍ମଚାରୀମାନେ ନୂଆ ୟୁନିଫର୍ମ ପାଇବେ । ପୁରୁଣା ସଂସଦ ଗୃହରୁ ନୂଆ ସଂସଦ ଗୃହରେ ପ୍ରବେଶ ୧୯ ସେପ୍ଟେମ୍ବର ରହିଛି । ଗଣେଷ ପୂଜା ଦିନ ପ୍ରବେଶ ହେବ ।

Advertisment

ସେପ୍ଟେମ୍ବର ୧୮ରେ ସ୍ୱତନ୍ତ୍ର ଅଧିବେଶନର ପ୍ରଥମ ଦିନ ରହିଛି । ଏହି ଅଧିବେଶନ ପୁରୁଣା ସଂସଦ ଭବନରେ ଅନୁଷ୍ଠିତ ହେବ । ଏହି ଦିନ ପୁରୁଣା ସଂସଦ ଭବନର ସ୍ମୃତି ବିଷୟରେ ଆଲୋଚନା ହେବ ବୋଲି ଜଣାପଡିଛି । ପୂଜା ପରେ ନୂଆ ସଂସଦ ଭବନରେ ପ୍ରବେଶ କରାଯିବ ଏବଂ ଉଭୟ ଗୃହର ମିଳିତ ବୈଠକ ମଧ୍ୟ ଅନୁଷ୍ଠିତ ହେବ । ଆଜି ସଂସଦ ଗୃହର ଉଭୟ ପୁରୁଷ ଓ ମହିଳା କର୍ମଚାରୀଙ୍କ ପାଇଁ ଜାରି ହୋଇଛି ସ୍ୱତନ୍ତ୍ର ଡ୍ରେସ କୋଡ । ଚାମ୍ବର ଆଟେଡାଂଟଙ୍କ ସହ ସଂସଦର ଅଫିସରଙ୍କ ପାଇଁ ଏହି ୟୁନିଫର୍ମ ଜାରି ହୋଇଛି । ଗତକାଲି ଦୁଇ ଗୃହର ମାର୍ଶାଲ ଏବଂ ସୁରକ୍ଷାକର୍ମୀଙ୍କ ପାଇଁ ଜାରି ହୋଇଥିଲା ୟୁନିଫର୍ମ ।